ଓଡିଶା

odisha

ETV Bharat / bharat

ଡ୍ରୋନରୁ ୧ କେଜି ହେରୋଇନ ଜବତ କଲା BSF - ହେରୋଇନ ଜବତ କଲା BSF

ପଞ୍ଜାବ ସୀମାରେ ଡ୍ରୋନ୍‌ ମାଧ୍ୟମରେ ହେଉଥିଲା ହେରୋଇନ ଚାଲାଣ । ଡ୍ରୋନ ଉପରକୁ ଗୁଳି ଚଳାଇ ତଳକୁ ଖସାଇବା ପରେ ଏକ କେଜି ହେରୋଇନ ଜବତ କଲା ସୀମା ସୁରକ୍ଷାବଳ । ଅଧିକ ପଢନ୍ତୁ

BSF seized a drone and a consignment heroine
BSF seized a drone and a consignment heroine

By

Published : Jan 3, 2023, 10:04 AM IST

ଚଣ୍ଡିଗଡ: ଡ୍ରୋନରେ ହେଉଥିଲା ହେରୋଇନ ଚାଲାଣ । ଡ୍ରୋନକୁ ଗୁଳି କରି ତଳକୁ ଖସାଇବା ସହ ଏକ କେଜି ହେରୋଇନ ଜବତ କଲା ସୀମା ସୁରକ୍ଷାବଳ । ପଞ୍ଜାବର ଅଞ୍ଜଲା ଅଞ୍ଚଳର କୋସଓ୍ବାଲା ଗ୍ରାମରେ ଡ୍ରୋନଟି ଉଡିଥିବା ବେଳେ ସୀମା ସୁରକ୍ଷାବଳ ଏହାକୁ ଦେଖିବାକୁ ପାଇଥିଲା । ଏନେଇ BSF ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତିରେ କୋସଓ୍ବାଲ ଗ୍ରାମରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ BSF ଯବାନ ଡ୍ରୋନ ଉପରକୁ ଗୁଳି ଚଳାଇ ତଳକୁ ଖସାଇଥିଲେ । ଏହାପରେ ଡ୍ରେନରୁ ଏକ କେଜି ହେରୋଇନ ଜବତ କରିଥିଲେ BSF ଯବାନ । ତେବେ ପଞ୍ଜାବ ସୀମାରେ ଅନେକ ଥର ପାକିସ୍ତାନୀ ପଟୁପ ଆସୁଥିବା ଡ୍ରୋନରୁ ହେରୋଇନ ଜବତ କରାଯାଇଛି । ତେବେ ଏହି ଡ୍ରୋନଟି ମଧ୍ୟ ପାକିସ୍ତାନୀ ପଟୁ ଆସିଥିବା ସନ୍ଦେହ କରାଯାଉଛି ।

ଗତ ଡିସେମ୍ବର 4 ତାରିଖରେ ପଞ୍ଜାବ ସୀମାରେ ଥିବା ତରନ ତରନ ଗ୍ରାମରେ ଏକକାଳୀନ 3ଟି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଏହା ଦେଖି ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳକୁ ସୂଚନା ଦେଇଥିଲେ । ସୁରକ୍ଷାବଳର ଯବାନ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନଗୁଡିକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଦୁଇଟି ଡ୍ରୋନ ପାକିସ୍ତାନ ସୀମାକୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଗୋଟିଏକୁ ଗୁଳି କରି ଖସାଇ ଦେଇଥିଲେ BSF ଯବାନ । ଯା଼ଞ୍ଚ ବେଳେ ସେଥିରୁ ପ୍ରାୟ 3 କେଜି ହେରୋଇନ ଜବତ କରାଯାଇଥିଲା। ସୀମାପାର ନିଶା କାରବାର ପାଇଁ ଡ୍ରୋନକୁ ବ୍ୟବହାର କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ କିଛି ସ୍ଥାନୀୟ ନିଶା ମାଫିଆଙ୍କୁ ପାରିସ୍ତାନରୁ ଏପରି ଭାବେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଜଣାପଡିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ନୂଆବର୍ଷ ପାର୍ଟିରେ ବନ୍ଧୁକରୁ ଗୁଳି ଫୁଟାଇ ନାଚିଲେ କଂଗ୍ରେସ ବିଧାୟକ

ଗତବର୍ଷ ମୋଟ 316 କେ.ଜି ଡ୍ରଗ୍ସ ପଞ୍ଜାବ ସୀମାରୁ ଜବତ କରାଯାଇଛି (BSF seized more than 300 kg drugs)। ଡ୍ରୋନ ମାଧ୍ୟମରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ପଞ୍ଜାବର ସୀମାନ୍ତ ଅଞ୍ଚଳକୁ ନିଶାଦ୍ରବ୍ୟ ପଠାଯାଉଥିଲା । ଏନେଇ ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷରେ ସୀମାନ୍ତ ରାଜ୍ୟ ପଞ୍ଜାବରେ ସୀମା ସୁରକ୍ଷାବଳ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ନେଇ BSF ଏକ ବିବୃତ୍ତି ଜାରି କରିଛି । ଏଥିରେ ମୋଟ 22ଟି ଡ୍ରୋନ ଜବତ ସହ 316.988 କେଜି ନିଶାଦ୍ରବ୍ୟ, 67 ରାଇଫଲ, ପିସ୍ତଲ ସମେତ ଅନ୍ୟ କିଛି ମାରଣାସ୍ତ୍ର ଓ ପ୍ରାୟ 850 ରାଉଣ୍ଡ ଗୁଳିଗୋଳା ମଧ୍ୟ ଜବତ ହୋଇଥିବା ଦର୍ଶାଯାଇଛି । ସେହିପରି ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରୁଥିବା ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ବର୍ଷବ୍ୟାପୀ ବିଭିନ୍ନ ଅପରେସନରେ ପ୍ରାୟ 23 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି BSF ।

ABOUT THE AUTHOR

...view details