ଅମୃତସର:ପୁଣି ନିଜର ମହାନତା ଦେଖାଇଲା ଭାରତ । ତେବେ ପଡୋଶୀ ଦେଶ ପାକିସ୍ତାନକୁ ଭାରତ ପୁଣି ଥରେ ପ୍ରେମର ବାର୍ତ୍ତା ଦେଇଛି । ଭୁଲରେ ପାକିସ୍ତାନ ସୀମା ଅତିକ୍ରମ କରି ଆସିଥିବା ୪ ବର୍ଷର ନାବାଳିକାକୁ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କଲା ସୀମା ସୁରକ୍ଷା ବଳ(ବିଏସଏଫ) ।
ସେହିପରି ବିଏସଏଫ୍ର ଏହି ପଦକ୍ଷେପ ସବୁଆଡେ ପ୍ରଶଂସା କରାଯାଉଛି । ତେବେ ଭୁଲରେ ପଳେଇ ଆସିଥିବା ଝିଅଟିକୁ ବିଏସଏଫ ଉଦ୍ଧାର କରିବା ସହ କ୍ୟାମ୍ପରେ ରଖିଥିଲେ । ଏହାପରେ ବିଏସଏଫର ବରିଷ୍ଠ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ଏଥିସହ କଡା ଯାଞ୍ଚ ପରେ ନାବାଳିକାକୁ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କରିଛି ବିଏସଏଫ ।