ଓଡିଶା

odisha

By

Published : Jan 16, 2022, 10:48 PM IST

ETV Bharat / bharat

Women trafficking: ଗତବର୍ଷ ୩୩ ମହିଳାଙ୍କୁ ଉଦ୍ଧାର ସହ ୩୩ ଦଲାଲଙ୍କୁ ଗିରଫ କରିଛି BSF

୨୦୨୧ରେ ମାନବ ଚାଲାଣ ବେଳେ ୩୩ ମହିଳାଙ୍କୁ ଉଦ୍ଧାର କରିଛି ସୀମା ସୁରକ୍ଷା ବଳ । ଗିରଫ ହୋଇଛନ୍ତି ୩୩ ଚାଲାଣକାରୀ ଦଲାଲ । ଅଧିକ ପଢନ୍ତୁ

Women trafficking: ଗତବର୍ଷ ୩୩ ମହିଳାଙ୍କୁ ଉଦ୍ଧାର କରିଛି BSF, ୩୩ ଦଲାଲ ଗିରଫ
Women trafficking: ଗତବର୍ଷ ୩୩ ମହିଳାଙ୍କୁ ଉଦ୍ଧାର କରିଛି BSF, ୩୩ ଦଲାଲ ଗିରଫ

ନୂଆଦିଲ୍ଲୀ:ଗତବର୍ଷ (୨୦୨୧) ସୀମାପାର ମାନବ ଚାଲାଣ ଘଟଣା ରୋକିବାରେ ସଫଳତା ପାଇଛି ଭାରତୀୟ ସୀମା ସୁରକ୍ଷା ବଳ (BSF)। ବଙ୍ଗ ସୀମା ତଥା ଭାରତ- ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ନିୟୋଜିତ ଥିବା BSFର ମାନବ ଚାଲାଣ ନିରୋଧୀ ୟୁନିଟ୍ ଏହି ଗତବର୍ଷ (୨୦୨୧) ୩୩ ମହିଳାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମହିଳାଙ୍କ ମଧ୍ୟରେ ୫ ନାବାଳିକା ଥିବା ମଧ୍ୟ ସୂଚନା ରହିଛି । ଏହି ଘଟଣାରେ ସମ୍ପୃକ୍ତ ୩୩ ଚାଲାଣକାରୀଙ୍କୁ ମଧ୍ୟ ବିଏସଏଫ ଗିରଫ କରିଛି ।

ଗତକାଲି (ଶନିବାର) ମାନବ ଚାଲାଣ ବିରୋଧୀ ୟୁନିଟ୍ ଏହାର ଏକ ବର୍ଷ କାର୍ଯ୍ୟକାଳ ଶେଷ କରିବା ଅବସରରେ ଏହି ତଥ୍ୟ ପ୍ରଦାନ କରିଛି ସୀମା ସୁରକ୍ଷା ବଳ । ବିଏସଏଫ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଆନ୍ତର୍ଜାତୀୟ ସୀମାର ସମ୍ବେଦନଶୀଳ ଅଞ୍ଚଳରେ ମାନବ ଚାଲାଣ ବିରୋଧୀ ୟୁନିଟ୍ ନିୟୋଜିତ ହେବା ପରେ ମାନବ ଚାଲାଣ ମାମଲା ଅନେକାଂଶରେ ହ୍ରାସ ପାଇଛି । ଗରିବ ଏବଂ ନିରୀହ ଯୁବତୀ ତଥା ନାବାଳିକାଙ୍କୁ କର୍ମ ସଂସ୍ଥାନ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇ ବାଂଲାଦେଶରୁ ସୀମା ପାର ଚାଲାଣ କରାଯାଇ ଭାରତରେ ପ୍ରବେଶ କରାଯାଉଥିବାବେଳେ ସେମାନଙ୍କୁ ଶୋଷଣ କରାଯାଉଛି ।

ସେମାନଙ୍କୁ ବାର ଡାନ୍ସର, ହଟେଲରେ ଓ୍ବେଟର ଭାବେ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଚାଲାଣ କରାଯାଉଥିବାବେଳେ ପରେ ସମାନଙ୍କୁ ଯୌନ ଶୋଷଣ ଓ ଗଣଦୁଷ୍କର୍ମ କରାଯାଉଛି । ଗତବର୍ଷ (2021) ମସିହାରେ ମାନବ ଟ୍ରାକିଂ ମାମଲାର 29 ଟି ଭିନ୍ନ ଭିନ୍ନ ମାମଲାରେ 33 ଜଣ ମହିଳାଙ୍କୁ ଉଦ୍ଧାର କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାନବ ଚାଲାଣ ପରି ଘୃଣ୍ୟ ଅପରାଧ ଯାଞ୍ଚ କରିବା ପାଇଁ ଗତବର୍ଷ (2021) ଜାନୁଆରୀ 15 ତାରିଖରେ ଦକ୍ଷିଣ ବେଙ୍ଗଲ ଫ୍ରଣ୍ଟିୟରେ ନିୟୋଜିତ ହୋଇଥିଲା ଏହି ନିରୋଧୀ ୟୁନିଟ । ଦକ୍ଷିଣ ବେଙ୍ଗଲ ସୀମାନ୍ତ ଦାୟିତ୍ବରେ ଥିବା BSF ବରିଷ୍ଠ ମୁଖପାତ୍ର ତଥା ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ସୁରଜିତ ସିଂ ଗୁଲେରିଆ କହିଛନ୍ତି, ମାନବ ଚାଲାଣରେ ଜଡିତ ଦଲାଲମାନେ ବାଂଲାଦେଶର ଗରିବ ଯୁବତୀଙ୍କୁ ସେମାନଙ୍କ ଗରିବିର ସୁଯୋଗ ନେଇ ଟାର୍ଗେଟ କରୁଛନ୍ତି । ପ୍ରଲୋଭନ ଦେଖାଇ ଭାରତକୁ ଚାଲାଣ କରୁଥିବା ସାମ୍ନାକୁ ଆସିଥିବା କିଛି ଘଟଣାରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:-ସୀମାରେ ପାଳନ ହେଲା ଲୋକପ୍ରିୟ ବିହୁ, ପାରମ୍ପରିକ ସଙ୍ଗୀତରେ ଝୁମିଲେ ଯବାନ

ତେବେ ସୀମାରେ ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସୀମା ସୁରକ୍ଷା ବଳର ମାନବ ଚାଲାଣ ନିରୋଧୀ ଟିମ ଏହାକୁ ପ୍ରତିହତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ କାମ ଜାରି ରଖିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ANI

ABOUT THE AUTHOR

...view details