ଓଡିଶା

odisha

ETV Bharat / bharat

BSF-ପାକ୍ ରେଞ୍ଜର୍ସ ମଧ୍ୟରେ ପ୍ରଥମ ସେକ୍ଟର କମାଣ୍ଡରସ୍ତରୀୟ ବୈଠକ

ଭାରତ ଓ ପାକିସ୍ତାନ ଡିଜିଏମଓ ସ୍ତରରେ ଅସ୍ତ୍ରବିରତି ଚୁକ୍ତି ପରେ ଶନିବାର ବିଏସ୍ଏଫ୍-ପାକ୍ ରେଞ୍ଜର୍ସ ପ୍ରଥମ ସେକ୍ଟର କମାଣ୍ଡର ସ୍ତରୀୟ ବୈଠକ ହୋଇଛି । ଅଧିକ ପଢନ୍ତୁ...

ଅସ୍ତ୍ରବିରତି ଚୁକ୍ତି ଘୋଷଣା
ଅସ୍ତ୍ରବିରତି ଚୁକ୍ତି ଘୋଷଣା

By

Published : Jul 25, 2021, 7:41 AM IST

ଚଣ୍ଡୀଗଡ:ଏଲଓସିରେ ଶାନ୍ତି ନେଇ ବିଏସ୍ଏଫ ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ବୈଠକ । ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନ (ଡିଜିଏମଓ)ଙ୍କ ଦ୍ବାରା ଅସ୍ତ୍ରବିରତି ଚୁକ୍ତି ଘୋଷଣା ହେବା ପରେ ଅନ୍ତର୍ଜାତୀୟ ସୀମା (ଆଇବି)ରେ ସୁଚେତାଗଡ ଅଞ୍ଚଳରେ ପ୍ରଥମ ସେକ୍ଟର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଶନିବାର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ଏହି ବୈଠକ ହୋଇଛି । ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ ଡ୍ରୋନ୍ କାର୍ଯ୍ୟକଳାପ ତଥା ପଡୋଶୀ ଦେଶ ଦ୍ୱାରା ସୀମାବର୍ତ୍ତୀ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଉଥିବା ବିଭିନ୍ନ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଛି । ଏହା ବ୍ୟତୀତ ପାକିସ୍ତାନ ଦ୍ୱାରା ଖୋଳାଯାଇଥିବା ଟନେଲ ଏବଂ ସୀମା ପରିଚାଳନା ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । ଜାମ୍ମୁ ଅଞ୍ଚଳରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ଡ୍ରୋନ୍ କାର୍ଯ୍ୟକଳାପକୁ ନେଇ ବିଏସ୍ଏଫ୍ ଦୃଢ ବିରୋଧ କରିଛି ।

ଅପରେସନ୍ କମାଣ୍ଡର ସମାଧାନ ପାଇଁ ଫିଲ୍ଡ କମାଣ୍ଡରଙ୍କ ମଧ୍ୟରେ ତତକ୍ଷଣାତ୍ ଯୋଗାଯୋଗକୁ ପୁନଃ ଶକ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ବୈଠକ ଏକ ଆନ୍ତରିକ, ସକରାତ୍ମକ ଏବଂ ଗଠନମୂଳକ ବାତାବରଣରେ ଅନୁଷ୍ଠିତ ହୋଇଥିଲା ଏବଂ ପୂର୍ବ ଡିଜି ସ୍ତରୀୟ ଆଲୋଚନାରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଶୀଘ୍ର କାର୍ଯ୍ୟକାରୀ ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ । ଆଇବିରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ପରସ୍ପର ପ୍ରତି ପ୍ରତିଶ୍ରୁତି ଦେଇଥିଲେ।

ପାକିସ୍ତାନ ରେଞ୍ଜର୍ସଙ୍କ ଅନୁରୋଧ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଛି ବୋଲି ବିଏସ୍ଏଫ୍ ଡିଜି (ଜାମ୍ମୁ) ଏସପି ​​ଏସ୍ ସାନ୍ଧୁ କହିଛନ୍ତି । ବିଏସଏଫ ପ୍ରତିନିଧି ଦଳ ଡିଜି ସୁରଜିତ ସିଂ ଏବଂ ପାକିସ୍ତାନ ରେଞ୍ଜର୍ସ ପ୍ରତିନିଧି ଦଳ ବ୍ରିଗେଡିୟର୍ ମୁରାଦ ହୁସେନ୍, ସେକ୍ଟର କମାଣ୍ଡର ପାକିସ୍ତାନ ରେଞ୍ଜର୍ସ, ସିଆଲକୋଟ ସେକ୍ଟରର ନେତୃତ୍ୱ ନେଇଥିଲେ । ଡିଜିଏମଓଙ୍କ ଦ୍ବାରା ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା ହେବା ପରେ ଏହା ଦୁଇଟି ସୀମା ରକ୍ଷାକାରୀ ବାହିନୀ ମଧ୍ୟରେ ପ୍ରଥମ ସେକ୍ଟର କମାଣ୍ଡର ସ୍ତରର ବୈଠକ ଥିଲା ବୋଲି ବିଏସଏଫ ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details