ଓଡିଶା

odisha

ETV Bharat / bharat

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲା BSF - ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ

ଅମୃତସରରେ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF । ଅଧିକ ପଢନ୍ତୁ

ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF
ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF

By

Published : Nov 29, 2022, 10:53 AM IST

ଚଣ୍ଡୀଗଡ: ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଅମୃତସର ଠାରେ ଏକ ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ, ବିଏସଏଫ ଯବାନ ତାକୁ ଗୁଳି କରି ଖସାଇଛନ୍ତି(BSF jawans shot down drone entering from Pak) । ଏହାପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡିକ ହାଇଆଲର୍ଟରେ ରହି ସର୍ଚ୍ଚ ଅପେରସନ ଚଳାଇଛନ୍ତି । ତେବେ ଖୋଜାଖୋଜି ସମୟରେ ବିଏସଏଫ ଯବାନ ଗୋଟିଏ ଅର୍ଦ୍ଧଭଗ୍ନ ହେକ୍ସାକପ୍ଟର ଉଦ୍ଧାର କରିଥିବା ସୂଚନା ମିଳିଛି ।

ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା BSF

ସୂଚନା ମୁତାବକ, ଏହି ଡ୍ରୋନଟି ପାକିସ୍ତାନୀ ଆଡୁ ଆସି ଅମୃତସର ଜିଲ୍ଲା ଅନ୍ତର୍ଗତ ଚହରପୁର ଗାଁ ନିକଟରେ ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏହା ସେଠାରେ ମୁତୟନ ଥିବା ବିଏସଏଫ ଯବାନଙ୍କ ଦୃଷ୍ଟିରେ ପଡିଥିଲା । ଏହାପରେ ତତ୍‌କ୍ଷଣାତ ଯବାନ ଗୁଳି କରି ଡ୍ରୋନକୁ ତଳକୁ ଖସାଇ ଦେଇଥିଲେ । ଏନେଇ ଆଜି(ମଙ୍ଗଳବାର) ବିଏସଏଫ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଡ୍ରୋନ ଯୋଗେ ଡ୍ରଗ୍ସ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ପୁଣି ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍‌

ଗତ ନଭେମ୍ବର ୨୫ରେ ବିଏସଏଫ ଯବାନ ଅମୃତସର ନିକଟ ଅନ୍ତର୍ଜାତୀୟ ବର୍ଡର ଠାରେ ପାକିସ୍ତାନର ଆଉ ଏକ ଡ୍ରୋନକୁ ଗୁଳି କରି ଖସାଇଥିଲେ ।

ABOUT THE AUTHOR

...view details