ଓଡିଶା

odisha

ETV Bharat / bharat

ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, BSF ଅଧିକାରୀ ଶହୀଦ - ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ

ମଙ୍ଗଳବାର ଜମ୍ମୁ କାଶ୍ମୀରର ପୁଞ୍ଛ ସେକ୍ଟରରେ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସୀମା ସୁରକ୍ଷା ବଳର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ BSF ଅଧିକାରୀ ଶହୀଦ
ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ BSF ଅଧିକାରୀ ଶହୀଦ

By

Published : Dec 1, 2020, 6:24 PM IST

ଶ୍ରୀନଗର: ଭାରତର କଡା ଚେତାବନୀ ସତ୍ତ୍ବେ ନିଜ କାର୍ଯ୍ୟକଳାପରୁ ଓହରୁନାହିଁ ପାକିସ୍ତାନ । କ୍ରମାଗତ ପାକିସ୍ତାନ ପକ୍ଷରୁ ଜାରି ରହିଛି ଅସ୍ତ୍ରବିରତି ଉଲ୍ଲଂଘନ । ମଙ୍ଗଳବାର ମଧ୍ୟ ଏଲଓସିରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଏହି ଘଟଣାରେ ଭାରତୀୟ ସୀମା ସୁରକ୍ଷା ବଳର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି ।

ମଙ୍ଗଳବାର ଜମ୍ମୁର ରାଜୌରୀ ସେକ୍ଟରରେ ପାକିସ୍ତାନ ଅନୁପ୍ରବେଶ ଲକ୍ଷରେ ପୂନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହି ସମୟରେ ରାଜୌରୀ ସେକ୍ଟରରେ ମୁତୟନ ହୋଇଥିବା ବିଏସଏଫର ସବ ଇନ୍ସପେକ୍ଟର ପି. ଗୁଇତେ ଶହୀଦ ହୋଇଛନ୍ତି । ଅପର ପକ୍ଷେ ଗୁଇତେ ପାକିସ୍ତାନ ସୈନିକଙ୍କ କଡା ଜବାବ ଦେଇଥିବା ବେଳେ ବୀରତ୍ବର ସହ ଅନେକ ସାଥି ଯବାନଙ୍କ ଜୀବନ ପଞ୍ଚାଇ ପାରିଛନ୍ତି ।

ଗତ 5 ଦିନ ମଧ୍ୟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ଯବାନଙ୍କ ଶହୀଦ ହେବା ନେଇ ଏହା ଦ୍ବିତୀୟ ଘଟଣା । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ମେଣ୍ଢର ସେକ୍ଟରର ତାରକୁଣ୍ଡି ଅଞ୍ଚଳରେ ସୀମା ସେପଟୁ ଗୁଳି ଚଳାଯାଇଥିଲା । ତେବେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ଏହାର କଡା ଜବାବ ଦେଇଛି ।

ଏହା ପୂର୍ବରୁ ନଭେମ୍ବର 27ରେ ରାଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ଗୁଳିରେ ଦୁଇ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସୁନ୍ଦରବନୀ ସେକ୍ଟରରେ ଶହୀଦ ଯବାନ ନାୟକ ପ୍ରେମ କୁମାର ବାହାଦୁର ଖତ୍ରୀ ଉତ୍ତରପ୍ରଦେଶର ମହାରାଜଗଞ୍ଜର ହୋଇଥିବା ବେଳେ ଶହୀଦ ରାଇଫଲ ମ୍ୟାନ ସୁଖବୀର ସିଂହ ପଞ୍ଜାବର ତରନତାରାର ନୀବାସୀ ।

ABOUT THE AUTHOR

...view details