ଚଣ୍ଡିଗଡ:ଆଜି (ସୋମବାର) ପୂର୍ବାହ୍ନରେ ପଞ୍ଜାବର ଫିରୋଜପୁର ସେକ୍ଟରରେ ପାକିସ୍ତାନ ପାର୍ଶ୍ୱରୁ ଆସିଥିବା ଏକ ଡ୍ରୋନକୁ ଗୁଳି କରି ଖସାଇଦେଇଛି ସୀମା ସୁରକ୍ଷା ବଳ (ବିଏସଏଫ) । ତେବେ ଡ୍ରୋନଟି ଗୁପ୍ତଚରୀ କରିବା ଉଦ୍ଦେଶ୍ୟରେ ଶତ୍ରୁ ପକ୍ଷରୁ ଛଡାଯାଇଥିବା ପ୍ରାଥମିକ ଭାବେ ଜଣାପଡିଥିବାବେଳେ ତଦନ୍ତ ଜାରି ରହିଛି ।
ବିଏସ୍ଏଫ୍ ଅଧିକାରୀଙ୍କ ଅନୁଯାୟୀ, ଫିରୋଜପୁର ସେକ୍ଟରରେ ପାକିସ୍ତାନୀ ପାର୍ଶ୍ୱରୁ ଭାରତୀୟ ସୀମାକୁ ଆସୁଥିବା ଏକ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁକୁ ଠାବ କରିଥିଲେ ପାଟ୍ରୋଲିଂ ଦାୟିତ୍ବରେ ଥିବା ଭାରତୀୟ ଯବାନ । ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରେ ସତର୍କତା ଜାରି କରାଯିବା ସହ ଫ୍ଲାଇଙ୍ଗ ଅବଜେକ୍ଟ ଉପରେ ଗୁଳି ଚଳାଯାଇଥିଲ । ଏଥିରେ ଡ୍ରୋନଟି ଖସି ପଡିଥିବାବେଳେ ତାକୁ ତଦନ୍ତ ପରିସରକୁ ନିଆଯାଇଛି ।