ଚଣ୍ଡିଗଡ:ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍ । କିଛି ଦିନର ବ୍ୟବଧାନ ପରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ପଞ୍ଜାବ ଫିରୋଜପୁର ଜିଲ୍ଲା ଟିଣ୍ଡି ୱାଲା ଗାଁରୁ ଏହି ଡ୍ରୋନ ଠାବ ହୋଇଛି । ପାକିସ୍ତାନ ସନ୍ଦିଗ୍ଧ ଡ୍ରୋନ ଠାବ କରିଛି ବିଏସଏଫ । ଡ୍ରୋନଟି ପାକିସ୍ତାନ ପଟୁ ଆସୁଥିବାବେଳେ ବିଏସଏଫ ଯବାନ ଗୁଳି କରି ଖସାଇଛନ୍ତି । ସୀମା ପାର ଚୋରାଚାଲାଣ ପାଇଁ ବ୍ୟବହାର ହେଉଥିଲା ଡ୍ରୋନ । ଡ୍ରୋନ ଠାବ ନେଇ ପଞ୍ଜାବ ସୀମା ସୁରକ୍ଷା ବଳ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଆଜି ଭୋର ପ୍ରାୟ 4ଟା ସମୟରେ ପଞ୍ଜାବ ଫିରୋଜପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସନ୍ଦିଗ୍ଧ ଡ୍ରୋନ ଠାବ ହୋଇଛି । ପଞ୍ଜାବ ଫିରୋଜପୁର ଜିଲ୍ଲାର ଟିଣ୍ଡି ୱାଲା ଗାଁରୁ ଠାବ ହୋଇଥିବା ଡ୍ରୋନ ପାକିସ୍ତାନ ପଟୁ ଆସୁଥିଲା । ଏହି ସମୟରେ ସୀମାରେ ପାଟ୍ରୋଲିଂ କରୁଥିବା ବିଏସଏଫ ଯବାନ ଏହାକୁ ଗୁଳି କରି ଖସାଇଥିଲେ । ସୀମା ପାର ଚୋରାଚାଲାଣ ପାଇଁ ବ୍ୟବହାର ହେଉଥିଲା ଡ୍ରୋନ । ପାକିସ୍ତାନୀ ଏହି ଡ୍ରୋନ ପଠାଇ କିଛି ବଡ ଧରଣର ଯୋଜନା କରୁଥିବା ଅନୁମାନ କରାଯାଉଛି । ଯାହାକୁ ସୀମାରେ ସଜାଗ ଥିବା ବିଏସଏଫ ପଣ୍ଡ କରିଛି । ସ୍ଥାନୀୟ ଅଞ୍ଚଳରେ ସୀମା ସୁରକ୍ଷା ବଳୟ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ପାକ ଏପରି କାର୍ଯ୍ୟକଳାପ କରୁଛି । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ପଞ୍ଜାବରେ ଏକ ପାକିସ୍ତାନୀ ଡ୍ରୋନ ଠାବ ହୋଇଥିଲା । ଏକ ଚାଷଜମିରୁ ମେଡ ଇନ ଚାଇନା ଲେଖାଥିବା ଡ୍ରୋନ ଜବତ ହୋଇଥିଲା । ଏହା ପୂର୍ବରୁ ମାର୍ଚ୍ଚ ମାସରେ ପଞ୍ଜାବ ଗୁରୁଦାସପୁର ସେକ୍ଟରର ମେଟାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ମିଳିଥିଲା ।