ଓଡିଶା

odisha

ETV Bharat / bharat

ଭୁଲରେ ସୀମା ପାର କରିଥିଲେ ପାକିସ୍ତାନୀ ବୃଦ୍ଧ, ପାକ୍‌ ରେଞ୍ଜର୍ସଙ୍କୁ ହସ୍ତାନ୍ତର କଲା BSF

ଭୁଲରେ ସୀମା ପାର କରିଥିଲେ ପାକିସ୍ତାନୀ ବୃଦ୍ଧ । ଯାଞ୍ଚ ପରେ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କଲା ସୀମା ସୁରକ୍ଷା ବଳ । ଅଧିକ ପଢନ୍ତୁ

ସୀମା ପାର କରିଥିବା ପାକିସ୍ତୀନୀ ବୃଦ୍ଧଙ୍କୁ ପାକ ରେଞ୍ଜର୍ସଙ୍କୁ ହସ୍ତାନ୍ତର କଲା BSF
ସୀମା ପାର କରିଥିବା ପାକିସ୍ତୀନୀ ବୃଦ୍ଧଙ୍କୁ ପାକ ରେଞ୍ଜର୍ସଙ୍କୁ ହସ୍ତାନ୍ତର କଲା BSF

By

Published : Apr 23, 2023, 9:12 PM IST

ଚଣ୍ଡିଗଡ:ଭାରତ-ପାକ ଅନ୍ତର୍ଜାତୀୟ ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜଣେ ପାକିସ୍ତାନୀ ବୃଦ୍ଧଙ୍କୁ ପାକିସ୍ତାନ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରିଛି ସୀମା ସୁରକ୍ଷା ବଳ (BSF) । ପଞ୍ଜାବର ଫିରୋଜପୁର ଜିଲ୍ଲାରେ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ବେଳେ ଏହି ବୃଦ୍ଧଙ୍କୁ ସୀମା ସୁରକ୍ଷା ବଳର ଯବାନମାନେ କାବୁ କରିଥିଲା । ପରେ ବ୍ୟକ୍ତିଜଣଙ୍କର ଯାଞ୍ଚ କରାଯାଇଥିଲା । ତାଙ୍କ ନିକଟରୁ କୌଣସି ମାରଣାସ୍ତ୍ର କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ନଳିବା ସହ ସେ ତ୍ରୁଟିବଶତଃ ସୀମା ପାର୍‌ କରିଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି ।

ଫିରୋଜପୁରର ଭାକ୍ରା ଗ୍ରାମ ନିକଟରେ ଏହି ବୃଦ୍ଧଙ୍କୁ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଥିଲା । ତାଙ୍କୁ କାବୁ କରି ପଚାରଉଚରା ବେଳେ ଜଣା ପଡିଥିଲା ଯେ ସେ ଜଣେ ପାକିସ୍ତାନୀ ନାଗରିକ । ତାଙ୍କ ନାମ ହାକିମ ଅଲ୍ଲୀ ଓ ବୟସ 75 ବର୍ଷ । ସେ ପାକିସ୍ତାର କାସୁର ଅଞ୍ଚଳର ବାସିନ୍ଦା । କୌଣସି କାର୍ଯ୍ୟରେ ସୀମା ନିକଟବର୍ତ୍ତୀ ହେବା ସହ ସେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛନ୍ତି । ଏପରିକି ଭାରତୀୟ ଅଞ୍ଚଳରେ ପ୍ରବେଶ କରିସାରିଥିବା ମଧ୍ୟ ବୃଦ୍ଧଜଣଙ୍କୁ ଜଣାନଥିଲା । ଅନ୍ୟପଟେ ଯାଞ୍ଚ ବେଳେ ତାଙ୍କଠାରୁ ମାରଣାସ୍ତ୍ର, ନିଶାଦ୍ରବ୍ୟ କିମ୍ବା ସେପରି ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇନଥିଲା ।


ଯାଞ୍ଚ ଶେଷ ହେବା ପରେ ଏ ସମ୍ପର୍କରେ ବିଏସଏଫ ପାକିସ୍ତାନ ରେଞ୍ଜର୍ସ ସହ ଯୋଗାଯୋଗ କରି ବୃଦ୍ଧଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା । ଗତକାଲି (22 ତାରିଖ) ରାତି ପ୍ରାୟ ସାଢେ 8ଟାରେ ପାକିସ୍ତାନ ରେଞ୍ଜର୍ସଙ୍କୁ ବୃଦ୍ଧଙ୍କୁ ହସ୍ତାନ୍ତର କରିଥିଲା ସୀମା ସୁରକ୍ଷା ବଳ । ପୂର୍ବରୁ ମଧ୍ୟ କିଛି ଯେତ୍ରରେ ଭୁଲବଶତଃ ସୀମା ପାର କରିଥିବା ପାକିସ୍ତାନ ନାଗରିକଙ୍କୁ ନିଜ ଦେଶକୁ ହସ୍ତାନ୍ତର କରିସାରିଛି ବିଏସଏଫ ।

କେବଳ ପାକିସ୍ତାନ ସୀମା ନୁହେଁ ବରଂ ବାଂଲାଦେଶ ସୀମାରେ ମଧ୍ୟ ଭୁଲ୍‌ ବଶତଃ ସୀମା ଅତ୍ରିକ୍ରମ କରିଥିବା ବ୍ୟକ୍ତିଙ୍କୁ ବାଂଲାଦେଶ ସେନାକୁ ବିଏସଏଫ ହସ୍ତାନ୍ତର କରିବାର ନଜିର ରହିଛି । ସୀମା ଅତିକ୍ରମ କରି କିଛି ସ୍ଥାନରେ ଅନୁପ୍ରବେଶକାରୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଛନ୍ତି । ଅନ୍ୟ କିଛି ମାମଲାରେ ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ନଜାଣି ପାରି ମଧ୍ୟ କିଛି ପାକିସ୍ତାନୀ ଓ ବାଂଲେଦେଶୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ସେନାର ପାଟ୍ରୋଲିଂରେ ଧରା ପଡୁଥିବାର ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details