ଓଡିଶା

odisha

ETV Bharat / bharat

ପୁଣି ପଞ୍ଜାବ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ, 23 ରାଉଣ୍ଡ ଗୁଳି ଚଳାଇଲା BSF - ପଞ୍ଜାବର ତରନତରନରେ ଉଡିଲା ପାକିସ୍ତାନୀ ଡ୍ରୋନ

ପଞ୍ଜାବର ତରନତରନରେ ଉଡିଲା ପାକିସ୍ତାନୀ ଡ୍ରୋନ। ଗୁଳି ମାଡ ପରେ ପାକିସ୍ତାନ ଫେରିଗଲା ଡ୍ରୋନ। ଅଧିକ ପଢନ୍ତୁ

bsf fires 23 rounds at Pakistani drone
bsf fires 23 rounds at Pakistani drone

By

Published : Feb 27, 2023, 3:53 PM IST

ଚଣ୍ଡିଗଡ: ପୁଣି ଭାରତ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ତରନତରନରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ବେଳେ 23 ରାଉଣ୍ଡ ଗୁଳି ଚଳାଇଲା ସୀମା ସୁରକ୍ଷାବଳ । ଗତକାଲି ରାତିରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ବେଳେ ଗୁଳି ମାଡ ପରେ ଡ୍ରୋନଟି ପାକିସ୍ତାନ ପଟକୁ ଫେରି ଯାଇଥିଲା।

ରବିବାର ଖେମକରକନ ବର୍ଡ ଆଉଟ ପୋଷ୍ଟରେ ଏକ ଡ୍ରୋନ ଉଡୁଥିବା ବିଏସଏଫର 103 ବାଟାଲିୟନ ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ଡ୍ରୋନକୁ 23 ରାଉଣ୍ଡ ଗୁଳି କରି ଭାରତୀୟ ସୀମାରେ ପାକିସ୍ତାନୀ ଡ୍ରେନକୁ ପ୍ରବେଶ କିରବାକୁ ଦେଇନଥିଲା ସୀମା ସୁରକ୍ଷାବଳ। ଗୁଳି ମାଡ ପରେ ଡ୍ରୋନଟି ପାକିସ୍ତାନ ପଟକୁ ଫେରିଯାଇଥିବା ବିଏସ୍ଏଫ୍ ତରଫରୁ ସୂଚନା ଦିଆଯାଇଛି।

ଏନେଇ ବିଏସଏଫର ଜନ ସମ୍ପର୍କ ଅଧିକାରୀ କହିଛନ୍ତି, "ବିଏସଏଫ ଯବାନମାନେ ପ୍ରଥମେ ଅମୃତସରର ଶେହଜାଦା ଗ୍ରାମରେ ପାକିସ୍ତାନୀ ଡ୍ରୋନକୁ ଦେଖିଥିଲେ । ରବିବାର ବିଳମ୍ବିତ ରାତି ପ୍ରାୟ 2.11 ମିନିଟ ସମୟରେ ଭାରତ-ପାକିସ୍ତାନ ବର୍ଡରରେ ଉଡୁଥିବା ଶବ୍ଦ ଶୁଣି ସୁରକ୍ଷାବଳ ଗୁଳିମାଡ କରିଥିଲେ । ଫଳରେ ତାହା ପାକିସ୍ତାନ ପଟକୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା ।"

ଭାରତ ସୀମାରେ ପାକିସ୍ତାନ ଡ୍ରୋନ ଠାବ ହେବା ପ୍ରଥମ ଘଟଣା ନୁହେଁ । ଲଗାତାର ଏପରି କାର୍ଯ୍ୟ କରି ଆସୁଛି ପଡ଼ୋଶୀ ଦେଶ । ଗତ ଶନିବାର ବିଳମ୍ବିତ ରାତିରେ ପଞ୍ଜାବର ଅମୃତସର ଠାରେ ଏକ ପାକିସ୍ତାନୀ ଡ୍ରୋନ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସୀମା ସୁରକ୍ଷା ବଳର ଯବାନ ତାକୁ ଗୁଳି କରି ଖସାଇଦେଇଥିଲେ । ସର୍ଚ୍ଚ ଅପରେସନ ସମୟରେ ଧୁସିବୁନ୍ଧ ନିକଟସ୍ଥ ଶାହଜାଦା ଗ୍ରାମ ନିକଟରେ ଏହି ଡ୍ରୋନକୁ ଜବତ କରାଯାଇଥିଲା। ତେବେ ଡ୍ରୋନର ରଙ୍ଗ କଳା ହୋଇଥିବା ବେଳେ ଗୁଳିରେ ସାମାନ୍ୟ ଭାଙ୍ଗିଯାଇଥିବା ନେଇ ବିଏସଏଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସେହିପରି ଗତ ଜାନୁଆରୀ 2 ତାରିଖରେ ପଞ୍ଜାବ ଆକାଶରେ ପାକିସ୍ତାନ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ପଞ୍ଜାବର ଗୁରୁଦାସପୁରରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ବେଳେ ଗୁଳି ମାଡ କରି ହଟାଇଥିଲେ ସୀମା ସୁରକ୍ଷାବଳ । ଗୁରୁଦାସପୁରର କମଲପୁର ସେକ୍ଟରରେ ଡ୍ରୋନ ଉପରେ ଗୁଳି ଚଳାଇବା ପରେ ତାହା ପାକିସ୍ତାନ ପଟକୁ ଫେରିଯାଇଥିବା ସୂଚନା ମିଳିଥିଲା । ତେବେ ଏହାପରେ ଫେବୃଆରୀ 4 ତାରିଖ ଦିନ ରାଜସ୍ଥାନ ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଥିଲେ ସୀମା ସୁରକ୍ଷାବଳର କର୍ମୀ ।

ରାଜସ୍ଥାନର ଶ୍ରୀଗଙ୍ଗନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରେ ପ୍ରଥମେ ସନ୍ଦିଗ୍ଧ ଡ୍ରୋନ ନଜର ଆସିଥିଲା । ଏନେଇ ସୂଚନା ପାଇବା ମାତ୍ରେ ସୀମା ସୁରକ୍ଷା ବଳର ଯବାନମାନେ ଏହା ଉପରକୁ ଗୁଳି କରି ତଳକୁ ଖସାଇଥିଲେ। ଯେଉଁଥିରେ 6 କେଜି ଡ୍ରଗ୍ସ ରହିଥିଲା। ଏହି ଡ୍ରୋନଟି ନିଶାଦ୍ରବ୍ୟ କାରବାର ଉଦ୍ଦେଶ୍ୟରେ ପାକିସ୍ତାନ ପଟପ ଆସିଥିବା ନେଇ ଯବାନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ABOUT THE AUTHOR

...view details