ନୂଆଦିଲ୍ଲୀ:ଦୁଇ ଦିନିଆ ଭାରତ-ବାଂଲାଦେଶ ସୀମା ଗସ୍ତ କରିଛନ୍ତି ସୀମା ସୁରକ୍ଷା ବଳ (BSF) ଡିଜି ରାକେଶ ଆସ୍ଥାନା । ଦୁଇ ଦେଶର ସୀମାରେ ସାମ୍ପ୍ରତିକ ସ୍ଥିତି ନେଇ ବୈଠକରେ ସମୀକ୍ଷା କରିଛନ୍ତି । ଆସ୍ଥାନା ଫ୍ରଣ୍ଟଲାଇନରେ ପହଞ୍ଚିବା ପରେ ସେଠାରେ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ ।
2 ଦିନିଆ ଭାରତ-ବାଂଲାଦେଶ ସୀମା ଗସ୍ତରେ BSF DG - ବିଏସଏଫ ମହାନିର୍ଦ୍ଦେଶକ
ଦୁଇ ଦିନିଆ ଭାରତ-ବାଂଲାଦେଶ ସୀମା ଗସ୍ତ କରିଛନ୍ତି ସୀମା ସୁରକ୍ଷା ବଳ (BSF) ଡିଜି ରାକେଶ ଆସ୍ଥାନା । ସାମ୍ପ୍ରତିକ ସ୍ଥିତି ଓ ରଣନୀତି ଉପରେ ହେଲା ସମୀକ୍ଷା । ଅଧିକ ପଢନ୍ତୁ...
2 ଦିନିଆ ଭାରତ-ବାଂଲାଦେଶ ସୀମା ଗସ୍ତରେ BSF DG
ଉତ୍ତର ବେଙ୍ଗଲ ସୀମାନ୍ତ ବିଏସଏଫ ଆଇଜି ରବି ଗାନ୍ଧୀ ସୀମାରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଡିଜି ଆସ୍ଥାନାକୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ବର୍ତ୍ତମାନ ସୀମା ସୁରକ୍ଷା ବଳ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସହ ରଣନୀତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜି ରାକେଶ ଆସ୍ଥାନା । ସମୀକ୍ଷା ବୈଠକର ବିଏସଏଫର ଅନ୍ୟ ବରିଷ୍ଠ କମାଣ୍ଡରମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।
@ANI