ଓଡିଶା

odisha

ETV Bharat / bharat

ସୀମା ଡେଇଁ ଆସିଥିଲେ, 8ଜଣ ବାଂଲାଦେଶୀଙ୍କୁ ପ୍ରତ୍ୟର୍ପଣ କଲା BSF - ଆସାମରେ ଭାରତରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶ

ଆସାମରେ ସୀମା ପାର କରି ଅନୁପ୍ରେବଶ କରି ଧରାପଡିଥିବା 8 ବାଂଲାଦେଶୀଙ୍କୁ ପ୍ରତ୍ୟାର୍ପଣ କଲା ବିଏସଏଫ (BSF deported 8 Bangladeshi nationals)।କରିମଗଞ୍ଜ ଜିଲ୍ଲାର ସୂତାରକାଣ୍ଡି ଅନ୍ତର୍ଜାତୀୟ ପୋଷ୍ଟରେ ହେଲା ପ୍ରତ୍ୟର୍ପଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ସୀମା ଅତିକ୍ରମ କରି ଧରା ପଡିଥିବା 8 ବାଂଲାଦେଶୀଙ୍କୁ ପ୍ରତ୍ୟାର୍ପଣ କଲା BSF
ସୀମା ଅତିକ୍ରମ କରି ଧରା ପଡିଥିବା 8 ବାଂଲାଦେଶୀଙ୍କୁ ପ୍ରତ୍ୟାର୍ପଣ କଲା BSF

By

Published : Oct 29, 2022, 7:46 PM IST

ଗୌହାଟୀ:ଆସାମରେ ବୈଧ ପ୍ରମାଣପତ୍ର ବିନା ଭାରତରେ ଅନୁପ୍ରବେଶ ଉଦ୍ୟମ କରି ଗିରଫ ହୋଇଥିବା 8 ବାଂଲାଦେଶୀ ନାଗରିକଙ୍କୁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରିଛି ଭାରତୀୟ ସୀମା ସୁରକ୍ଷା ବଳ (BSF deported 8 Bangladeshi nationals)। ଆସାମର କରିମଗଞ୍ଜ ଜିଲ୍ଲାର ସୂତାରକାଣ୍ଡି ସ୍ଥିତ ଦୁଇ ଦେଶର ଆନ୍ତର୍ଜାତୀୟ ସୀମା ପୋଷ୍ଟରେ ଦୁଇ ଦେଶର ସୀମା ସୁରକ୍ଷା ବଳ ମଧ୍ୟରେ ଏହି ପ୍ରତ୍ୟର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ଭାରତୀୟ ଓ ବାଂଲାଦେଶର ସୀମା ସୁରକ୍ଷା ବଳର ଅଧିକାରୀ, ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ସାମିଲ ଥିଲେ ।

ଗିରଫ ହୋଇଥିବା 8 ବାଂଲାଦେଶୀ ନାଗରିକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ଏମାନେ ଭିସା ଓ ଅନ୍ୟ ବୈଧ ପ୍ରମାଣପତ୍ର ବିନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ସୀମା ସୁରକ୍ଷା ବଳର ଯବାନମାନେ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଦୁଇ ଦେଶର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ଆଜି ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହୋଇଛି ।

ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟ ଆସାମରେ ବାଂଲାଦେଶୀ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ପ୍ରବେଶ ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ । ପୂର୍ବରୁ ମଧ୍ୟ ବୈଧ ପ୍ରମାଣପତ୍ର ବିନା ବାଂଲାଦେଶୀ ନାଗରିକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରି ଗିରଫ ମଧ୍ୟ ହୋଇଛନ୍ତି । ସୀମାରେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details