ଗୁରୁଦାସପୁର: ସଶସ୍ତ୍ର ଚୋରା ଚାଲାଣକୁ ରୋକିବାକୁ ଯାଇ ଜଣେ ବିଏସଏଫ ଯବାନ ଆହତ । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ସଶସ୍ତ୍ର ଚୋରାଚାଲାଣକୁ ରୋକିବାକୁ ଯାଇ ହୋଇଥିଲା ଗୁଳି ବିନିମୟ। ଏହି ଘଟଣାରେ ଡ୍ରଗ୍ସ, ଗୁଳି ଓ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ପଞ୍ଜାବର ଗୁରୁଦାସପୁରରେ ସଶସ୍ତ୍ର ଚୋରାଚାଲାଣକାରୀଙ୍କୁ ଅଟକାଇବାକୁ ଯାଇ ଜଣେ ବିଏସଏଫ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୂତାବକ ଆଜି (ଶୁକ୍ରବାର) ସକାଳ ପ୍ରାୟ 5.15 ସମୟରେ ବେଆଇନ କାର୍ଯ୍ୟ ସହ ଲିପ୍ତ ଥିବା କିଛି ସନ୍ଦିଗ୍ଧ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିଥିବା ନେଇ ବିଏସଏଫକୁ ସୂଚନା ମିଳିଥିଲା। ଏହାକୁ ନେଇ ବିଏସଏଫ ଟିମକୁ ସତର୍କ କରାଯାଇଥିଲା । ତେବେ ଉକ୍ତ ସନ୍ଦିଗ୍ଧମାନେ ବିଏସଏଫ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଯାହା ଫଳରେ ବିଏସଏଫ କର୍ମଚାରୀ ମଧ୍ୟ ଗୁଳି ଚଳାଇବା ଆରମ୍ଭ କରିଥିଲେ। ତେବେ ସନ୍ଦିଗ୍ଧମାନେ ସେଠାରୁ ଖସି ପଳାଇବାରେ ସଫଳ ହୋଇ ପାରିଥିଲେ ।