ଓଡିଶା

odisha

ETV Bharat / bharat

ଅମୃତସରରେ ପାକିସ୍ତାନୀ ନାଗରିକ ଗିରଫ, ଜେରା ପରେ ପାକିସ୍ତାନ ରେଞ୍ଜର୍ସକୁ ହସ୍ତାନ୍ତର କଲା BSF - ଭାରତୀୟ ସୀମା ସୁରକ୍ଷା ବଳ

ଅମୃତସରରେ ଅନ୍ତର୍ଜାତୀୟ ସୀମା ପାର କରି BSF ହାତରେ ଧରାପଡିଲେ ପାକିସ୍ତାନୀ ନାଗରିକ । ଅଜଣାତରେ ଅନୁପ୍ରବେଶ କରିଥିବା ଜେରାରୁ ସ୍ପଷ୍ଟ ହେବା ପରେ ପାକିସ୍ତାନକୁ ହସ୍ତାନ୍ତର କଲା BSF । ଅଧିକ ପଢନ୍ତୁ

ଅମୃତସରରୁ ଜଣେ ପାକିସ୍ତାନୀକୁ ଗିରଫ କଲା BSF
ଅମୃତସରରୁ ଜଣେ ପାକିସ୍ତାନୀକୁ ଗିରଫ କଲା BSF

By

Published : Jul 15, 2023, 8:56 PM IST

ଚଣ୍ଡିଗଡ:ପଞ୍ଜାବର ଅମୃତସରରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) । ଅମୃତସର (ଗ୍ରାମୀଣ) ଜିଲ୍ଲାର କାମୀରପୁରା ଗ୍ରାମ ନିକଟରେ ଏହି ପାକିସ୍ତାନୀ ନାଗରିକ ଜଣକ ଅନ୍ତର୍ଜାତୀୟ ସୀମାପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ସୂଚନା ପାଇ ବିଏସଏଫ ପାଟ୍ରୋଲିଂ ଟିମ ତାଙ୍କୁ ଜେରା କରିବା ସହ ପାକିସ୍ତାନୀ ବୋଲି ସ୍ପଷ୍ଟ ହେବା ଗିରଫ କରିଥିଲା । ସମ୍ପୃକ୍ତ ବ୍ଯକ୍ତି ଅଜଣାତରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିବା ଜଣାପଡିବା ପରେ ମାନବୀୟ ଦୃଷ୍ଟିରୁ ତାଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଦିଆଯାଇଛି ।

କର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଏସଏଫ କହିଛି, ଗତକାଲି (14 ତାରିଖ)ରେ ଜଣେ ପାକିସ୍ତାନୀ ନାଗରିକ କାମିରପୁରା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଥିଲା । ସୀମା ସୁରକ୍ଷା ବଳ ତାଙ୍କୁ ହେପାଜତକୁ ନେବା ସହ ଜେରା କରିଥିଲା । ସେ ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ଓ ଅଜଣାତରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ସମ୍ପୃକ୍ତ ବ୍ୟକ୍ତି କହିଥିଲେ । ଯାଞ୍ଚରେ ସେ ଜଣେ ପାକିସ୍ତାନୀ ନାଗରିକ ବୋଲି ସ୍ପଷ୍ଟ ହୋଇଥିଲା । ପରେ ତଲାସିରେ ତାଙ୍କ ନିକଟରୁ କୌଣସି ମାରଣାସ୍ତ୍ର ଓ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ମଳିନଥିଲା । ସେ ଅଜଣାତରେ ସୀମା ପାର କରିଥିବା ସ୍ପଷ୍ଟ ହେବା ପରେ ପାକିସ୍ତାନ ରେଞ୍ଜର୍ସ ସହ ଯୋଗାଯୋଗ କରିଥିଲା ବିଏସଫ ।

ଏହା ମଧ୍ୟ ପଢନ୍ତୁ:-Kargil Vijay Diwas 2023: କାର୍ଗିଲରେ ସେନାର ବ୍ୟାଟେଲ ଡ୍ରିଲ, ଯବାନଙ୍କ ଆକ୍ସନ ଦେଖିଲେ ଥରିବ ଶତ୍ରୁ

ପାକିସ୍ତାନ ରେଞ୍ଜର୍ସ ଯବାନ ମଧ୍ୟ ସୀମା ଅତିକ୍ରମ କରିଥିବା ବ୍ୟକ୍ତି ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ସ୍ପଷ୍ଟ କରିଥିଲେ । ତେଣୁ ଆବଶ୍ଯକ ପ୍ରକ୍ରିୟା ଅନୁପାଳନ କରାଯାଇ ଏହି ପାକିସ୍ତାନୀ ନାଗରିକଙ୍କୁ ପାକ ରେଞ୍ଜର୍ସକୁ ହସ୍ତାନ୍ତର କରାଯାଇଥିଲା । ପୂର୍ବରୁ ମଧ୍ୟ ପାକିସ୍ତାନରୁ ଅନେକ ସମୟରେ କିଛି ବ୍ୟକ୍ତିବିଶେଷ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରି ଗିରଫ ହୋଇଥିବାର ନଜିର ରହଛି । ଯଦି ସେପରି କୌଣସି ସନ୍ଦେହଜନକ କାରଣ ନଥାଏ କିମ୍ବା କୌଣସି ଆପତ୍ତିଜନକ ସାମଗ୍ରୀ ଜବତ ନହୋଇ ବ୍ୟକ୍ତିଜଣଙ୍କ ଅଜଣାତରେ ସୀମା ପାର କରିଥିବା ସ୍ପଷ୍ଟ ହୁଏ, ତେବେ ବିଏସଏଫ ସର୍ବଦା ମାନବୀୟ କାର୍ଯ୍ୟପ୍ରଣାଳୀ ଆପଣାଇଥାଏ । ପାକିସ୍ତାନ ସହ ଯୋଗାଯୋଗ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥାଏ ବିଏସଏଫ । କେବଳ ଭାରତ ପାକିସ୍ତାନ ସୀମା ନୁହେଁ ବରଂ ଭାରତ ବାଂଲାଦେଶ ସୀମାରେ ମଧ୍ୟ ଅନେକ ସମୟରେ ସାଧାରଣ ବଂଲାଦେଶୀଙ୍କ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥାଏ ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details