ଗାନ୍ଧୀନଗର:ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମତ୍ସ୍ୟଜୀବୀ । ଗୁଜୁରାଟର କୁଚ ଉପକୂଳରୁ 10 ମାଛଧରା ବୋଟ ଜବତ ସହ 4 ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ । ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଏମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ମାଛ ଧରୁଥିଲେ । ଆଜି ସକାଳେ ସୀମା ସୁରକ୍ଷା ବଳର ପାଟ୍ରୋଲିଂ ଟିମ ଏମାନଙ୍କୁ ଗିରଫ କରିଛି । ଜବତ ବୋଟ ଗୁଡିକୁ ଯାଞ୍ଚ କରାଯାଉଛି ।
4 ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ, ୧୦ ବୋଟ ଜବତ - ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ
ପୁଣି ଭାରତୀୟ ସୀମାରେ ପାକିସ୍ତାନ ବୋଟ । 10 ବୋଟ ଜବତ ସହ 4 ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା BSF । ଗୁଜୁରାଟ ଉପକୂଳରେ ଭାରତୀୟ ଜଳସୀମାରେ ପ୍ରବେଶ କରି ଧରୁଥିଲେ ମାଛ । ଅଧିକ ପଢନ୍ତୁ
ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବିବୃତ୍ତିରେ ବିଏସ୍ଏଫ୍ କହିଛି, ଗୁଜୁରାଟର କୁଚ୍ ଜିଲ୍ଲା ସୀମାବର୍ତ୍ତୀ ହରାମି ନାଲାର ଅଞ୍ଚଳରେ ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବାବେଳେ ବିଏସ୍ଏଫ୍ ସ୍ୱତନ୍ତ୍ର ଆମ୍ବୁସ୍ ଟିମ୍ ଚାରିଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ 10 ବୋଟ ଜବତ କରିଛି । ତେବେ ବାରମ୍ବାର ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଏପରି ଅନୁପ୍ରବେଶ କରି ମାଛ ଧରିବା ଭାରତୀୟ ସୀମା ସୁରକ୍ଷା ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାକୁ ଲାଗିଲାଣି । ଗତ କିଛି ମାସ ପୂର୍ବରୁ ଗୁଜୁରାଟ ଉପକୂଳରୁ ବିପୁଳ ନିଶାଦ୍ରବ୍ୟ ସହ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ