ଶ୍ରୀନଗର: କାଶ୍ମୀରର ଟାଙ୍ଗଡାର୍ ସେକ୍ଟରରେ ବରଫପାତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ୩ ସ୍ଥାନୀୟ ଅସୁସ୍ଥଙ୍କୁ ଏୟାରଲିଫ୍ଟ କରି ଶ୍ରୀନଗରରେ ପହଞ୍ଚାଇଛି ସୀମା ସୁରକ୍ଷା ବଳ (BSF) । ଅସୁସ୍ଥଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଶିଶୁଥିବା ସୂଚନା ମିଳିଛି ।
ବରଫପାତରେ ଯୋଗାଯୋଗ ବିଚ୍ଛିନ୍ନ, ୩ ଅସୁସ୍ଥଙ୍କୁ ଏୟାରଲିଫ୍ଟ କଲା BSF - ଅସୁୁସ୍ଥଙ୍କୁ ଏୟାର ଲିଫ୍ଟ କଲା ସୀମା ସୁରକ୍ଷା ବଳ
କାଶ୍ମୀରର ଟାଙ୍ଗଡାର୍ ସେକ୍ଟରରେ ବରଫପାତରେ ଯୋଗାଯୋଗ ବିଚ୍ଛିନ୍ନ । ୩ ଅସୁସ୍ଥଙ୍କୁ ଶ୍ରୀନଗର ଏୟାରଲିଫ୍ଟ କଲା ବିଏସଫ । ଅଧିକ ପଢନ୍ତୁ
![ବରଫପାତରେ ଯୋଗାଯୋଗ ବିଚ୍ଛିନ୍ନ, ୩ ଅସୁସ୍ଥଙ୍କୁ ଏୟାରଲିଫ୍ଟ କଲା BSF ବରଫପାତରେ ଯୋଗାଯୋଗ ବିଛିନ୍ନ, ୩ ଅସୁସ୍ଥଙ୍କୁ ଏୟାରଲିଫ୍ଟ କଲା BSF](https://etvbharatimages.akamaized.net/etvbharat/prod-images/768-512-14593543-thumbnail-3x2-kgnkg.jpg)
ବରଫପାତରେ ଯୋଗାଯୋଗ ବିଛିନ୍ନ, ୩ ଅସୁସ୍ଥଙ୍କୁ ଏୟାରଲିଫ୍ଟ କଲା BSF
ସମ୍ପୂର୍ଣ୍ଣ ଘଟଣାକ୍ରମରେ ପ୍ରବଳ ପରଫପାତ ହେବା ଫଳରେ ଟାଙ୍ଗଧର ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ସେଠାରେ କିଛି ଅସୁସ୍ଥଙ୍କୁ ହସ୍ପିଟାଲ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ବିଏସଫକୁ ଅନୁରୋଧ କରିଥିଲା ସ୍ଥାନୀୟ କୂପଓ୍ବାରା ଜିଲ୍ଲା ପ୍ରଶାସନ । ବିଏସଏଫକୁ ସୂଚନା ମିଳିବା ପରେ ଏକ ଏମଆଇ ହେଲିକପ୍ଟରରେ ଜଣେ ଶିଶୁଙ୍କ ସମେତ ମୋଟ ୩ ଅସୁସ୍ଥଙ୍କୁ ଏୟାର ଲିଫ୍ଟ କରାଯାଇ ଶ୍ରୀନଗରରେ ପହଞ୍ଚାଯାଇଥିବା ବିଏସଫର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ANI