ଓଡିଶା

odisha

ଅଭିନୟ କରିବେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ଅଭିନୟ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା । ଅଧିକ ପଢନ୍ତୁ

By

Published : Feb 20, 2022, 8:02 PM IST

Published : Feb 20, 2022, 8:02 PM IST

ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା
ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ବେଙ୍ଗାଲୁରୁ: ପୂର୍ବରୁ ଅନେକ ରାଜନେତା ଫିଲ୍ମ ଜଗତରେ ପ୍ରବେଶ କରିଥିବା ଘଟଣା ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା । ସେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ ସେ ଫିଲ୍ମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଜଣାପଡ଼ିଛି ।

ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

ୟେଦୁରପ୍ପା ଯେଉଁ ଫିଲ୍ମରେ ଅଭିନୟ କରୁଛନ୍ତି ଏହାର ନାମ ତୁନଜା(Tanuja) ରଖାଯାଇଛି । ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ହରିଶ ଏମଡ଼ି ହଲ୍ଲୀ । ପୂର୍ବରୁ ଯେତେବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତନୁଜା ନାମରେ ଜଣେ ଛାତ୍ର କୋଭିଡ୍ ମହାମାରୀ ସମୟରେ NEET ପରୀକ୍ଷା ଦେବାରେ ଅସୁବିଧା ଭୋଗିଥିଲେ ।

ସାମ୍ବାଦିକ ବିଶ୍ବେଶ୍ବର ଭଟ୍ଟ ଏବଂ ପ୍ରଦୀପ ଈଶ୍ବର ତନୁଜାଙ୍କୁ ନିଟ୍ ପରୀକ୍ଷା ଦେବାରେ ସାହାଯ୍ୟ କରିଥିଲେ ଏବଂ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଘଟଣା ସେତେବେଳେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ଏହି କାହାଣୀ ଉପରେ ଆଧାରିତ ଫିଲ୍ମଟି 'Beyond visions cinemas' ବ୍ୟାନରରେ ରିଲିଜ ହେବ । ଏହି ଫିଲ୍ମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ସମେତ ୨ ସାମ୍ବାଦିକ ଓ ଅଭିନେତ୍ରୀ ତାରା ଅନୁରାଧା ପ୍ରମୁଖ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details