ଓଡିଶା

odisha

ETV Bharat / bharat

Delhi Murder: 21 ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା, ନୃଶଂସ ପ୍ରେମିକ ଗିରଫ - ଦିଲ୍ଲୀରେ ଜଘନ୍ୟ ହତ୍ୟାକାଣ୍ଡ

ଦିଲ୍ଲୀରେ ଜଘନ୍ୟ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ 21 ଥର ଛୁରୀରେ ଭୁସି ହତ୍ୟା କଲା ପ୍ରେମିକ । ଅଭିଯୁକ୍ତ ପ୍ରେମିକ ଗିରଫ । ଅଧିକ ପଢନ୍ତୁ

Brutal Murder in Delhi
Brutal Murder in Delhi

By

Published : May 29, 2023, 2:49 PM IST

Updated : May 29, 2023, 3:57 PM IST

Delhi Murder: 21 ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା, ନୃଶଂସ ପ୍ରେମିକ ଗିରଫ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ଦିଲ୍ଲୀରେ ଛାତିଥରା ଘଟଣା । ନାବାଳିକା ପ୍ରେମିକାର ଜୀବନ ନେଲା ନାବଳକ ପ୍ରେମିକ । ଥରେ କି ଦୁଇ ଥର ନୁହଁ 21 ଥର ଛୁରୀରେ ଆକ୍ରମଣ ପରେ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କଲା ପ୍ରେମିକ । ବଚସାକୁ ନେଇ ଘଟିଲା ଏପରି ହତ୍ୟାକାଣ୍ଡ । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସାକ୍ଷୀ । ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସେ ତାଙ୍କ ସାଙ୍ଗ ଘରକୁ ଆସିବା ବେଳେ ତାଙ୍କ ପ୍ରେମିକ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମୃତ ନାବାଳିକା ଜଣଙ୍କ ଘର ଶାହାବାଦ ଡାଏରୀ ଅଞ୍ଚଳରେ । ଗତରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହାପରେ ପୋଲିସ ଛାନଭିନ୍‌ କରି ହତ୍ୟାକାରୀ ପ୍ରେମିକକୁ ଗିରଫ କରିଛି । ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଲୁଚିଥିଲା ହତ୍ୟାକାରୀ ।

ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସାକ୍ଷୀ ତାଙ୍କ ସାଙ୍ଗ ଭାବନା ଘରକୁ ଯାଇଥିଲେ । ଭାବନା ପାର୍ଟି ପାଇଁ ରେଡ୍ଡି ହୋଇନଥିବାରୁ ସେ ତାଙ୍କୁ ଘର ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ତାଙ୍କ ପ୍ରେମିକ ଆସି ସାକ୍ଷୀଙ୍କ ସହ କିଛି ସମୟ କଥା ହୋଇଥିଲେ । ଏହାପରେ ଏକ ଛୁରୀରେ ସାକ୍ଷୀଙ୍କୁ 21 ଥର ଆକ୍ରମଣ କରିଥିଲା ପ୍ରେମିକ । ଏତିକିରେ ମନ ଶାନ୍ତି ନହେବାରୁ ନାବାଳକ ପ୍ରେମିକ ପଥରରେ ସାକ୍ଷୀଙ୍କୁ ପଥରରେ ଛେଚି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ ନାବାଳିକା ଜଣଙ୍କ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସାକ୍ଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ କିଛି ସମୟ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଘଟଣା ସମୟର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ- ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଏନେଇ ଦିଲ୍ଲୀ ପୋଲିସ କହିଛି ଯେ,"20 ବର୍ଷୀୟ ସାହିଲ ତା ନାବାଳିକା ପ୍ରେମିକାକୁ ହତ୍ୟା କରିଛି । ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଗତାକିଲ ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ମୃତ ନାବାଳିକା ଜମଙ୍କ ତାଙ୍କ ସାଙ୍ଗଙ୍କ ଘର ବାହାରେ ଛିଡା ହୋଇଥିବା ବେଳେ ସାହିଲ ତାଙ୍କୁ ଡାକି କିଛି ସମୟ କଥା ହୋଇଥିଲେ । ଏହାପରେ ସାକ୍ଷୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ଥରେ କି ଦୁଇ ଥର ମୁହଁ 21 ଥର ଛୁରୀରେ ଆକ୍ରମଣ କରିଥିଲେ । ଏହାପରେ ପଥରରେ ଛେଚି ହତ୍ୟା କରିଥିଲା ସାହିଲ । ଏନେଇ ଏକ ମାମଲା ରୁଜୁ ହୋଇଛି ।"

Last Updated : May 29, 2023, 3:57 PM IST

ABOUT THE AUTHOR

...view details