ହାଇଦ୍ରାବାଦ:ଏକତରଫା ପ୍ରେମିକାର ନିକଟତର ହେବାରୁ ବନ୍ଧୁକୁ ହତ୍ୟା କଲା ବନ୍ଧୁ । ଏପରି ଏକ ଲୋମଟାଙ୍କୁରା ହତ୍ୟାକଣ୍ଡ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ଏହି ହତ୍ୟାକାଣ୍ଡ ରଙ୍ଗାରେଡ୍ଡୀ ଜିଲ୍ଲାର ଅବଦୁଲ୍ଲାପୁରମେଟ ପୋଲିସ ଷ୍ଟେସନ ଅଧୀନରେ ଘଟିଛି ଏପରି ଏକ ହତ୍ୟାକାଣ୍ଡ । ଚଳିତମାସର 17 ତାରିଖରେ ପ୍ରେମ ବ୍ୟାପାରକୁ ନେଇ ତିକ୍ତତା ସୃଷ୍ଟି ହେବା ସହ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଫଳରେ ଜଣେ ବନ୍ଧୁ ଅନ୍ୟଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ନବୀନ ବୋଡୁପାଲର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ଶେଷ ବର୍ଷର ଛାତ୍ର । ସେହିପରି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମଧ୍ୟ ଉକ୍ତ କଲେଜର ହରେକୃଷ୍ଣ ବୋଲି ପୋଲିସ କହିଛି ।
ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ହିଁ ମୁଖ୍ୟ କାରଣ । ଏହାପୂର୍ବରୁ ଦିଲସୁଖନଗରର ଏକ ଘରୋଇ କଲେଜରେ ହରିକୃଷ୍ଣ, ନବୀନ ଏବଂ ଜଣେ ଯୁବତୀ ସହପାଠୀ ଥିଲେ । ଉଭୟ ନବୀନ ଏବଂ ହର୍ଷକୃଷ୍ଣ ଏହି ଯୁବତୀଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଯୁବତୀଜଣଙ୍କ ନବୀନଙ୍କୁ ଭଲ ପାଉଥିଲା । ଅଭିଯୁକ୍ତ ହର୍ଷକୃଷ୍ଣ, ଏହାକୁ ହଜମ କରିପାରିନଥିଲେ, ନବୀନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏହି କ୍ରମରେ, ଏହି ମାସର 17 ତାରିଖ ସନ୍ଧ୍ୟାରେ ସେ ନାଲଗୋଣ୍ଡାର ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ନବୀନଙ୍କୁ ଡାକିଥିଲା । ପୂର୍ବ ଯୋଜନା ମୁତାବକ ନବୀନଙ୍କୁ ଏକ ଅଜ୍ଞତା ସ୍ଥାନକୁ ଡାକି ନେଇ ହତ୍ୟା କରିଥିଲା ।