ଓଡିଶା

odisha

ETV Bharat / bharat

BRS MLAs Poaching case: ତେଲେଙ୍ଗାନା ସରକାରଙ୍କୁ ଝଟକା, CBIକୁ ମାମଲା ସ୍ଥାନାନ୍ତର କଲେ ହାଇକୋର୍ଟ - ବିଆରଏସ ବିଧାୟକଙ୍କୁ କିଣିବା ଉଦ୍ୟମ

ତେଲେଙ୍ଗାନା ସରକାରଙ୍କୁ ହାଇକୋର୍ଟଙ୍କ ଝଟକା । ବିଆରଏସ (BRS) ବିଧାୟକଙ୍କୁ କିଣିବା ଉଦ୍ୟମ ଘଟଣା ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Dec 27, 2022, 7:26 AM IST

ହାଇଦ୍ରାବାଦ:ତେଲଙ୍ଗାନା ସରକାରଙ୍କୁ ହାଇକୋର୍ଟ (Telangana High Court) ଙ୍କ ଝଟକା । ବିଆରଏସ (BRS) ବିଧାୟକଙ୍କୁ କିଣିବା ଉଦ୍ୟମ ଘଟଣାରେ ସ୍ବତନ୍ତ୍ର ଟାସ୍କ ଫୋର୍ସ (SIT)ର ତଦନ୍ତ ଉପରେ କୋର୍ଟ ରୋକ୍‌ ଲଗାଇଛନ୍ତି । ଏହି ମାମଲାର ତଦନ୍ତ ପାଇଁ ସିବିଆଇ (CBI)କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ଅପିଲ କରିପାରିବେ । ସେପଟେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିଜେପି ସ୍ବାଗତ କରିଛି ।

ଆଇନଜୀବୀ ରାମ ଚନ୍ଦ୍ର ରାଓ ଏନେଇ କହିଛନ୍ତି, "ହାଇକୋର୍ଟ ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ଘଟଣାକୁ ସରକାର CBIକୁ ହସ୍ତାନ୍ତର କରିଛନ୍ତି । ଗତ ୩୦ ଅକ୍ଟୋବରରେ ତେଲେଙ୍ଗାନା ପୋଲିସ BRS ବିଧାୟକଙ୍କୁ କିଣିବା ଅଭିଯୋଗରେ ୩ ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଓ ସିଂହୟାଜି ସ୍ବାମୀଙ୍କୁ ଗିରଫ କରିଥିଲା । ପୋଲିସ ମାମଲାରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ସଚିବ ବିଏସ ସନ୍ତୋଷଙ୍କ ସମେତ ୭ ଜଣଙ୍କୁ ବିରୋଧରେ ଅଭିଯୋଗ ଆଣିଥିଲା । ତେଲେଙ୍ଗାନା ବିଜେପି ମାମଲାର ସ୍ବତନ୍ତ୍ର ତଥା ନିରପେକ୍ଷ ତଦନ୍ତ ଲାଗି CBI ଯାଞ୍ଚ ପାଇଁ ଦାବି କରି କୋର୍ଟରେ ଆବେଦନ କରିଥିଲା ।

ଏହା ବି ପଢନ୍ତୁ- Pragya Thakur Statement: ଲଭ ଜିହାଦକୁ ବିଜେପି ନେତ୍ରୀଙ୍କ ଟାର୍ଗେଟ, କହିଲେ ଘରେ ରଖ ଧାରୁଆ ଅସ୍ତ୍ର

ଲମ୍ବା ଶୁଣାଣି ପରେ ହାଇକୋର୍ଟ ତେଲେଙ୍ଗାନା ପୋଲିସକୁ ମାମଲାକୁ CBIକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତେଲେଙ୍ଗାନା ହାଇକୋର୍ଟର ବିଚାରପତି ବିଜୟସେନ ରେଡ୍ଡି ବିଧାୟକଙ୍କୁ କିଣିବା ଉଦ୍ୟମ ମାମଲାରେ CBI ଯାଞ୍ଚ ଦାବିକୁ ଅନୁମତି ଦେଇଥିଲେ । ଏହାସହିତ ମାମଲାରେ SIT ତଦନ୍ତ ଉପରେ ରୋକ ଲଗାଇଥିଲେ । ଏହାସହିତ ରାଜ୍ୟ ସରକାର କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିପାରିବେ ବୋଲି ସେ କହିଥିଲେ ।

ABOUT THE AUTHOR

...view details