ଭୋପାଳ: ଚାଟାର୍ଡ ଆକାଣ୍ଟାଣ୍ଟ(CA) ଫାଇନାଲ ପରୀକ୍ଷାରେ ବଡ ସଫଳତା ହାସଲ କରିଛନ୍ତି ମଧ୍ୟପ୍ରଦେଶର ଭାଇ-ଭଉଣୀ । ଏହି ପରୀକ୍ଷାରେ ଭଉଣୀ ଦେଶରେ ଟପ୍ପର ହୋଇଥିବାବେଳେ ୧୮ତମ ସ୍ଥାନ ହାସଲ କରିଛି ଭାଇ । ସୋମବାର ରେଜଲ୍ଟ ଘୋଷଣା କରିଛି ଚାର୍ଟାଡ ଆକାଉଣ୍ଟ୍ସ ଅଫ ଇଣ୍ଡିଆ (ICAI) ।
ସିଏ ଫାଇନାଲ ପରୀକ୍ଷାରେ ନନ୍ଦିନୀ ଅଗ୍ରୱାଲଙ୍କ ସର୍ବଭାରତୀୟ ରାଙ୍କ୍ ୧ ରହିଛି । ସେହିପରି ତାଙ୍କ ଭାଇ ସଚିନ ଅଗ୍ରୱାଲ ୧୮ ତମ ସ୍ଥାନରେ ଅଛନ୍ତି । ଭାଇ-ଭଉଣୀ ସିଏ ପରୀକ୍ଷା ପାଇଁ ସାଙ୍ଗ ହୋଇ ପ୍ରସ୍ତୁତି ଆରମ୍ଭ କରିଥିଲେ ।