ଚଣ୍ଡିଗଡ: ପ୍ରେମ ବିବାହକୁ ବିରୋଧ କରି ଭଉଣୀକୁ ହତ୍ୟା କରିଛି ଭାଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଲୁଧିଆନାରେ, ସୁରଜ ନାମକ ଜଣେ ବ୍ୟକ୍ତି ନିଜ ରକ୍ତ ସମ୍ପର୍କ ଭଉଣୀକୁ ହତ୍ୟା କରିଛି । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନାଯୋଗ୍ୟ ସୁରଜଙ୍କ ଭଉଣୀ ରବି ନାମକ ଜଣେ ଯୁବକଙ୍କୁ କିଛି ଦିନ ହେଲା କୋର୍ଟରେ ବିବାହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ...ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
ଲୁଧିଆନାର ଏ ଡି ସି ପି ଶୁଭମ ଅଗ୍ରୱାଲ ସୂଚନା ଦେଇଛନ୍ତି ସୁରଜଙ୍କ ଭଉଣୀ ହେଉଛନ୍ତି ସନ୍ଦିପ ଏବଂ ସୁରଜଙ୍କ ସାଙ୍ଗ ହେଉଛନ୍ତି ରବି । ସନ୍ଦିପ ଏବଂ ରବି ମଧ୍ୟରେ ସମ୍ପର୍କ ଅତି ନିବିଡ ଗଢିଉଠି ଥିଲା । ଯାହା ଫଳରେ ଉଭୟ ବିବାହ କରାବା ପାଇଁ ନଷ୍ପତି ନେଇଥିଲେ କିନ୍ତୁ ଏହି ବିବାହ ପାଇଁ ସନ୍ଦିପଙ୍କ ଘର ଲୋକ ରାଜି ନଥଲେ । ଏଣୁ ସନ୍ଦିପ ଏବଂ ରବି ଜୁଲାଇ ୨୧ରେ ଘର ଛାଡି ପଳାଇବା ସହ ଜୁଲାଇ ୨୯ରେ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ ।