ଓଡିଶା

odisha

ପିଶାଚ ସାଜିଲା ଭାଇ, ସମ୍ପର୍କୀୟ ଭଉଣୀକୁ 4 ବର୍ଷ ଧରି କରୁଥିଲା ଦୁଷ୍କର୍ମ

By

Published : Dec 18, 2022, 10:33 AM IST

ଭାଇ ସାଜିଲା ସୈତାନ । ନିଜ ସମ୍ପର୍କୀୟ ଭଉଣୀକୁ ଦୀର୍ଘ 4 ବର୍ଷ ହେବ କରୁଥିଲା ଦୁଷ୍କର୍ମ । ଅଧିକ ପଢ଼ନ୍ତୁ

brother to Sexual assault of a girl
ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ

ହାଇଦ୍ରାବାଦ:ଭାଇ ସାଜିଲା ସଇତାନ । ନିଜ ସମ୍ପର୍କୀୟ ଭଉଣୀକୁ ଦୀର୍ଘ 4 ବର୍ଷ ଧରି କରୁଥିଲା ଦୁଷ୍କର୍ମ । ବାପା ମାଆ ନଥିବାରୁ ଭଉଣୀକୁ ଆଶ୍ରୟ ଦେଇ ସୈତାନ ପାଲଟିଗଲା ଭାଇ । ହାଇଦ୍ରାବାଦ ସ୍ଥିତ ସୁରରାମରେ ଏଭଳି ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରି ପୀଡି଼ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ବିହାରର ଜଣେ 15 ବର୍ଷୀୟ ନାବାଳିକା ଏକ ଦୁର୍ଘଟଣାରେ ତାଙ୍କ ପିତାମାତାଙ୍କୁ ହରାଇଥଲେ। ଏହି ସମୟରେ ନାବାଳିକାଙ୍କ ଉଭଣୀ ଏବଂ ଜେଜେମାଆ ଗାଁରେ ରହୁଥିବାବେଳେ ସେ ହାଇଦ୍ରାବାଦ ସ୍ଥିତ ସୁରରାମରେ ନିଜ ଦାଦାଙ୍କ ଘରେ ରହୁଥିଲେ। ସେଠାରେ ଏକ ଘରୋଇ ସ୍କୁଲରେ ସେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଏହି ସମୟରେ ଘରେ କେହି ନଥିବାବେଳେ ଦାଦାଙ୍କ ପୁଅ ଅର୍ଥାତ ଭାଇର ଲୋଲୁପ ଦୃଷ୍ଟି ଭଉଣୀ ଉପରେ ପଡ଼ିଥିଲା ଏବଂ ଦୀର୍ଘ 4 ବର୍ଷ ଧରି ଭଉଣୀକୁ ଦୁଷ୍କର୍ମ କରି ଆସୁଥିଲା ପିଶାଚ ଭାଇ । ଏନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ତେବେ ନାବାଳିକା ଜଣକ ନିରାଶ୍ରୟ ହୋଇ ନୃଶଂସ ଭାଇର ଘୃଣ୍ୟ ଅତ୍ୟାଚାରକୁ ସହ୍ୟ କରିଆସୁଥିଲା ।

ନାବାଳିକା ଜଣକ ପାଠ ପଢୁଥିବା ସ୍କୁଲରେ ସାଇବରବାଦ ପୋଲିସ ଦ୍ୱାରା ଆୟୋଜିତ ଏକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବଳମିତ୍ର ନାମକ ଜଣେ ଶିକ୍ଷୟିତ୍ରୀ ନାବାଳିକାଙ୍କୁ ସେଠାକୁ ନେଇ ଯାଇଥିଲେ। । ସେଠାରେ ପୀଡ଼ିତାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଜଣାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭାଇକୁ କାବୁ କରିଥିଲା । ଏହାପରେ ଡୁନଦିଗାଲ ପୋଲିସ ପୋକ୍ସୋ ଆକ୍ଟ ଏବଂ 376 ଧାରା ଅଧିନରେ ମାମଲା ମଧ୍ୟ ରୁଜୁ କରିଛି । ଅନ୍ୟପଟେ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details