ହାଇଦ୍ରାବାଦ:ସ୍ନେହ ସମ୍ପର୍କକୁ ଭୁଲିଯାଇ ଭାଇ ସାଜିଲା ବଇରୀ । ଜମି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ହେଲେ ସେ ଖସି ଯିବାକୁ ଚେଷ୍ଟା କରିବାରୁ ତାଙ୍କୁ ପଥର ଛେଚି ହତ୍ୟା କରିଛି ବଡ ଭାଇ । ତେଲେଙ୍ଗାନା ଓ୍ବାରାଙ୍ଗଲ ସହରର କରିମାବାଦ ଉର୍ସୁ ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଉର୍ସୁ ତଲାମାଣ୍ଡୁଭା ଅଞ୍ଚଳର ଶ୍ରୀକାନ୍ତ ।
ସୂଚନା ମୁଚତାବକ , 40 ଡିଭିଜନ୍ ଉର୍ସୁ ତଲାମାଣ୍ଡୁଭା ଅଞ୍ଚଳରେ ରହୁଥିଲେ ଗୋବିନ୍ଦୁଲା ଶ୍ରୀନିବାସ, ଶ୍ରୀଧର ଏବଂ ଶ୍ରୀକାନ୍ତ । ତିନି ଭାଇ ଘରର ସମ୍ପତ୍ତିକୁ ପରସ୍ସର ମଧ୍ୟରେ ବାଣ୍ଟି ମଧ୍ୟ ଥିଲେ । ହେଲେ ବଡ ଭାଇ ଶ୍ରୀନିବାସଙ୍କର ଦେହାନ୍ତ ହୋଇଯିବା ପରେ ସାନ ଭାଇ ଶ୍ରୀକାନ୍ତଙ୍କ ଭାଗକୁ ନେଇ ବଡ ଭାଇ ଶ୍ରୀଧର ଝଗଡା କରିଥିଲେ । ଫଳରେ ଶ୍ରୀକାନ୍ତ ୱାରଙ୍ଗାଲରୁ ଘର ଛାଡି ନିଜ ମାଆଙ୍କ ସହ ନିଜାମାବାଦ ଯାଇ କାମ କରି ରହୁଥିଲେ । ସେ 2019ରେ ସେଠାରେ ସେ ପ୍ରେମ ବିବାହ କରିଥିଲେ । କିନ୍ତୁ କୋରୋନା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ତାଙ୍କ ଘର ପ୍ଲଟ ବିକ୍ରୟରୁ ମିଳିଥିବା ଅର୍ଥରେ ଚିକିତ୍ସା କରିବାକୁ ଚାହୁଁଥିଲେ । ଏନେଇ ସେ ଉରୁ ନିଜାମାବାଦରୁ ଆସି ତାଙ୍କ ଜମି ବିକ୍ରୟ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହାକୁ ନେଇ ବିବାଦ କରିଥିଲେ ଭାଇ ଶ୍ରୀଧର ।