ହାଇଦ୍ରାବାଦ:ହାଇଦ୍ରାବାଦରେ ଅମାନୁଷିକ ଘଟଣା । ଭାଇର ଶେଷକୃତ୍ୟ କରିବାକୁ ପାଖରେ ନଥିଲା ଟଙ୍କା । ଶେଷରେ ଭାଇର ନିର୍ଯାତନାକୁ ମନେ ପକାଇ ପ୍ରତିଶୋଧ ନେଲେ ଭାଇ ଭଉଣୀ । ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଫୁଟଫାତରେ ଫୋପାଡି ଦେଲେ। ଏଭଳି ଲୋମ ହର୍ସଣକାରୀ ଘଟଣା ଘଟିଛି ହାଇଦ୍ରାବାଦର ଲଙ୍ଗର ହଜରେ।
ଭାଇର ମୃତଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ ଭାଇ ଉଭଣୀ ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, "ରାଜେନ୍ଦ୍ରନଗରର ଏନଏଫସିଏଲ କଲୋନିରେ ବଳରାଜ ଓ ତାଙ୍କ ସ୍ତ୍ରୀ ବାଲାମ୍ମା ରୁହନ୍ତି । ତାଙ୍କର ତିନି ଜଣ ପୁଅ ଓ 2 ଜଣ ଝିଅ ରହିଛନ୍ତି । ବଳରାଜ ପୋଷ୍ଟ ଅଫିସରେ ଚାକିରି କରନ୍ତି । ତାଙ୍କର ବଡ଼ ପୁଅ ଓ ଝିଅର ବିବାହ ହୋଇଯାଇଥିବା ବେଳେ ସେମାନେ ଅଲଗା ରୁହନ୍ତି । ତେବେ ଏନଏଫସିଏଲ କୋଲନିରେ ବଳରାଜ ତାଙ୍କ ଦୁଇ ପୁଅ ରାଜୁ, ଅଶୋକ ଓ ଝିଅ ସ୍ବରୁପା ସହ ରୁହନ୍ତୁ ।"
"ପରିବାରରେ ବହୁ ଆର୍ଥିକ ସମସ୍ୟା ରହିଥିଲା । କେବଳ ବଳରାଜଙ୍କ ପେନ୍ସନ୍ ଟଙ୍କାରେ ପରିବାର ଚଳୁଥିଲା । ଅଶୋକ କିଛି କାମ କରୁଥିବା ବେଳେ ପ୍ରତ୍ୟେକ ଦିନ ମଦ୍ୟାପାନ କରନ୍ତି । ତେଣୁ ଟଙ୍କା ପାଇଁ ସେ ତାଙ୍କ ମାଆଙ୍କୁ ଅନେକ ସମୟରେ ନିର୍ଯାତନା ଦେଇଥାଆନ୍ତି । କିନ୍ତୁ ରାଜୁ ଓ ସ୍ବରୁପା ସମୟ ସମୟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଦିନେ ଅଶୋକଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଗତ 9 ତାରିଖରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ରାଜୁ ଓ ତାଙ୍କ ଭଉଣୀ ଏ ବିଷୟରେ ପଡ଼ିଶା ଲୋକଙ୍କୁ ଅବଗତ ନକରାଇ ଘର ଭିତରେ ଦୁଇ ଦିନ ଧରି ମୃତଦେହକୁ ରଖିଥିଲେ ।"
ମୃତଦେହକୁ ବାରମ୍ବାର ଦେଖି ରାଜୁ ଓ ସ୍ବରୁପା ପୂର୍ବରୁ ଆଶୋକ ଦେଇଥିବା ନିର୍ଯାତନାକୁ ମନେ ପକାଇଥିଲେ । ମୃତଦେହ ସତ୍କାର ପାଇଁ ଦୁଇ ଭାଇ ଭଉଣୀ ମାଆଙ୍କୁ ଟଙ୍କା ମାଗିବାରୁ ସେ ଏହା ଶୁଣିନଥିଲେ । ଶେଷରେ ପୂର୍ବ ରାଗକୁ ନେଇ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ଦୁଇ ଭାଇ ଭଉଣୀ । ଶେଷରେ ଏକ ଛୁରୀରେ ମୃତ ଭାଇର ଶରୀରରୁ 3 ଖଣ୍ଡ କରିଦେଇଥିଲେ। ମୁଣ୍ଡ, ଗୋଡ ଓ ଶରୀର ମଧ୍ୟ ଭାଗକୁ ଖଣ୍ଡ ଖଣ୍ଡ କରି ଏ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଅଟୋରେ ଲଙ୍ଗର ହଜ୍କୁ ଯାଇଥିଲେ ରାଜୁ ଓ ସ୍ବରୁପା।
ଯେତେବେଳେ ଅଟୋ ଚାଳକ ତାଙ୍କୁ ଟଙ୍କା ମାଗିଲେ ଉଭୟ ମନା କରିଦେଇଥିଲେ । ଫଳରେ ଅଟୋ ଚାଳକ ଜଣଙ୍କ ମିଲିଟାରି ହସ୍ପିଚାଲ ସମ୍ମୁଖରେ ଉଭୟଙ୍କୁ ଛାଡିଦେଇଥିଲା। ଏହାପରେ ସେମାନେ ବ୍ୟାଗରେ ମୃତଦେହ ଧରି ଏକ ଫୁଟଫାତକୁ ଯାଉଥିଲେ । ଏହି ସମୟରେ କେହି ଜଣେ ବ୍ୟକ୍ତି ରାଜୁ ଓ ସ୍ବରୁପାଙ୍କୁ ଦେଖିଥିଲେ । ବ୍ୟାଗ୍ରେ କଟା ମୁଣ୍ଡ, ଗୋଡ ଦେଖି ଦୁଇ ଜଣଙ୍କୁ ବ୍ୟକ୍ତି ଜଣଙ୍କ କାବୁ କରିବା ପରେ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଥିବା ବ୍ୟାଗ୍କୁ ଜବତ କରିବା ସହ ଦୁଇ ଭାଇ ଭଉଣୀଙ୍କୁ ପୋଲିସ ପଚାରଉଚରା କରିଥିଲା । ଏହି ସମୟରେ ରାଜୁ ପୋଲିସକୁ କହିଥିଲା ଯେ ଏହି ଶରୀର ଖଣ୍ଡ ହେଉଛି ମୋ ଭାଇର । ଏହାପରେ ପୋଲିସ ସମ୍ମୁଖରେ ରକ୍ତ ବାନ୍ତି କରିଥିଲେ ରାଜୁ । ଦୁଇ ଭାଇ ଭଉଣୀଙ୍କ ମାନସିକ ଅବସ୍ଥା ଭଲ ନଥିବା ପୋଲିସକୁ କହିଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ମୃତକଙ୍କ ବଡ଼ ଭାଇଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ଖଣ୍ଡବିଖଣ୍ଡିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।