ନୂଆଦିଲ୍ଲୀ:ସୀମା ସଡ଼କ ସଙ୍ଗଠନ (BRO) ପ୍ରଥମ ମହିଳା ଅଫିସରଙ୍କୁ ନିଯୁକ୍ତି ଦେଇଛି । ତେବେ ବୈଷ୍ଣବ ଏସ ହିୱେସେ ପ୍ରଥମ ମହିଳା ଅଫିସର ଭାବେ ସଙ୍ଗଠନରେ କମାଣ୍ଡିଂ ଅଫିସର ପଦବୀରେ ନିଯୁକ୍ତି ପାଇଥିବା ବେଳେ ସେ ଭାରତ-ଚୀନ ସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣକୁ ତଦାରଖ କରିବେ ବୋଲି ବୁଧବାର BRO ସୂଚନା ଦେଇଛି ।
ଏ ସମ୍ପର୍କରେ ବିଆରଓ ଟ୍ବିଟ ମାଧ୍ୟମରେ କହିଛି ଯେ ଭାରତର ପ୍ରଥମ ମହିଳା ଅଫିସର ଭାବେ ବୈଷ୍ଣବୀ ସଙ୍ଗଠନରେ ଯୋଗ ଦେଇଛନ୍ତି । ତେବେ ଏଥିଲାଗି ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି । ସେ ଭାରତ-ଚୀନ ସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ତଦାରଖ କରିବେ । 2 ଦେଶର ସୀମାକୁ ସଂଯୋଗ କରିବାକୁ ଥିବା 10 ହଜାର ଫୁଟ ରାସ୍ତା ନିର୍ମାଣ କାର୍ଯ୍ୟର ଗୁରୁଦାୟିତ୍ବ ବହନ କରିବେ ବୈଷ୍ଣବୀ ।