ଶ୍ରୀରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପରିବାର ମାଙ୍ଗାଲୁରୁ:ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିର ଦର୍ଶନ କଲେ ଋଷି ସୁନକଙ୍କର ପରିବାର । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପିତା ୟଶବୀର ସୁନକ, ମା' ଉଷା ସୁନକଙ୍କ ସହ ଉପସ୍ଥିତ ରହିଥିଲେ ଋଷିଙ୍କ ଶାଶୁ ତଥା ଇନଫୋସିସ ଅଧ୍ୟକ୍ଷା ସୁଧା ମୂର୍ତ୍ତି । ପ୍ରଥମେ ସେମାନେ ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିରରେ ପ୍ରବେଶ କରି ଦର୍ଶନ କରିଥିଲେ । ଏହାସହ ଉଭୟ ପରିବାର ମିଶି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।
ତେବେ ମନ୍ଦିରରେ ପୂଜାର୍ଚ୍ଚନା ପରେ ୟଶବୀର ସୁନକ, ଉଷା ସୁନାକ ଏବଂ ସୁଧା ମୁର୍ତ୍ତୀ ମଠର ମୁଖ୍ୟ ଶ୍ରୀସୁବୁଦେନ୍ଦ୍ର ଥିର୍ଥାଙ୍କୁ ଭେଟି ମନ୍ଦିର ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରିଜାଇଡିଂ ଅଫିସର ଋଷି ସୁନକଙ୍କ ପିତାମାତା ଏବଂ ଶାଶୁଙ୍କୁ ଭଗବାନଙ୍କ ଆଶୀର୍ବାଦ ସ୍ବରୂପ ବସ୍ତ୍ର ଭେଟି ଦେବା ସହ ପ୍ରସାଦ ପ୍ରଦାନ କରିଥିଲେ । ଆଉ ଏହି ପ୍ରସାଦକୁ ଋଷି ସୁନକଙ୍କୁ ନିକଟକୁ ପହଞ୍ଚାଇ ଦେବାକୁ ମଧ୍ୟ କହିଥିଲେ ପ୍ରିଜାଇଡିଂ ଅଫିସର।
ଏହା ବି ପଢନ୍ତୁ...Watch: ଅକ୍ଷରଧାମ ମନ୍ଦିରରେ ପତ୍ନୀଙ୍କ ସହ ଆଳତୀ କଲେ ଋଷି ସୁନକ
ତେବେ ନିକଟରେ G-20 ସମ୍ମିଳନୀକୁ ଯୋଗ ଦେବାକୁ ଆସିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ତାଙ୍କ ସହ ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଉପସ୍ଥିତ ଥିଲେ । ସମ୍ମିଳନୀର ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ କ୍ୟାମେରାରେ କଏଦ ହୋଇଛି । ହେଲେ ଏହି ଫଟୋଗୁଡ଼ିକ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଥିଲା ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଫଟୋ । ପତ୍ନୀ ଅକ୍ଷତାଙ୍କ ସହ ଝିପଝିପ ବର୍ଷା ସମୟର ଫଟୋ ହେଉ ଅବା ସ୍ବାମୀ ନାରାୟଣ ମନ୍ଦିରରେ ଦର୍ଶନ ଏ ସମସ୍ତ ବିଷୟ ବେଶ ପ୍ରଶଂସା ସାଉଣ୍ଟି ଥିବାବେଳେ ଗଣମାଧ୍ୟମର ଶିରୋନାମାରେ ରହିଥିଲା ।
ଏହା ବି ପଢନ୍ତୁ...UK PM in New Delhi: ଭାରତ ଗସ୍ତକୁ ନେଇ ମୁଁ ଉତ୍ସାହିତ: ପ୍ରଧାନମନ୍ତ୍ରୀ ଋଷି ସୁନକ
ତେବେ ଏହି ଦମ୍ପତି ପୁଣି ଥରେ ବ୍ରିଟେନ୍ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ସେପଟେ ଶ୍ରୀ ରାଘବେନ୍ଦ୍ର ସ୍ବାମୀ ମନ୍ଦିର ଆସି ପୂଜାର୍ଚ୍ଚନା କରିଛନ୍ତି ଋଷି ସୁନକଙ୍କର ପିତା, ମାତା ଓ ଶାଶୁ । ଉଭୟ ପରିବାର ମିଶି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବାବେଳେ ମନ୍ଦିରର ପ୍ରସାସନ ପକ୍ଷରୁ ସେମାନଙ୍କୁ ପ୍ରସାଦ ବଣ୍ଟନ ସହ ଋଷିଙ୍କ ନିକଟକୁ ମଧ୍ୟ ପ୍ରସାଦ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି । ତେବେ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ଚର୍ଚ୍ଚାରେ ରହିଆସିଛନ୍ତି ଋଷି ସୁନକ।