ଲକ୍ଷ୍ନୌ:ବିବାହର ପ୍ରଥମ ଦିନରେ ସାମନାକୁ ଆସିଲା ସ୍ତ୍ରୀର ଅସଲ ସତ । ନବବଧୂ ଜଣଙ୍କ ମହିଳା ନୁହେଁ, ବରଂ ତୃତୀୟ ଲିଙ୍ଗ ବୋଲି ଜାଣିବାକୁ ପାଇଛନ୍ତି ସ୍ବାମୀ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଏତ୍ମାଦୌଲା ଅଞ୍ଚଳରେ । ସୂଚନା ଅନୁସାରେ, 7 ବର୍ଷ ପୂର୍ବେ ଅର୍ଥାତ୍ 27 ଜାନୁଆରୀ 2016ରେ ସେହି ଗାଁର ଜଣେ ଯୁବକଙ୍କ ବିବାହ ହୋଇଥିଲା । ଖୁବ ଧୁମଧାମରେ ବିବାହ ସମ୍ପନ୍ନ ହୋଇଥିବାବେଳେ ପରମ୍ପରା ଅନୁସାରେ ବିବାହର ପର ଦିନ କନ୍ୟା ଜଣକ ଶାଶୁ ଘରେ ପହଞ୍ଚିଥିଲେ । ନବବଧୂଙ୍କ ଆସିବା ପରେ ପରମ୍ପରା ମୁତାବକ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା । ପରିବାର ଲୋକେ ଏହି ବିବାହକୁ ନେଇ ବେଶ ଖୁସି ମଧ୍ୟ ଥିଲେ।
ଏହାପରେ ବର କନ୍ୟାଙ୍କୁ ସେମାନଙ୍କ ରୁମକୁ ପଠାଇ ସମସ୍ତ ଅତିଥି ଏବଂ ପରିବାର ଲୋକେ ଶୋଇଯାଇଥିଲେ । ହେଲେ ଏହାପରେ ଘଟିଥିଲା ଅଦ୍ଭୁତ ଘଟଣା । ନବବଧୂ ଜଣଙ୍କ ମହିଳା ନୁହେଁ ବରଂ ଜଣେ କିନ୍ନର ବୋଲି ଜାଣିବାକୁ ପାଇଥିଲା ବର । ଆଉ ତାପରେ ବରର ସବୁ ଖୁସି ଯେମିତି ପାଣି ଫୋଟକା ପରି ମିଳାଇ ଯାଇଥିଲା । ନିଜ ସହ ଏବଂ ପରିବାର ସହ କନ୍ୟା ଘର ପକ୍ଷରୁ ଧୋକ୍କା ଦିଆଯାଇଥିବା ଜାଣି ମଧ୍ୟ ଚୁପ୍ ରହିବାକୁ ପଡିଥିଲା । କାରଣ ଲୋକ ଲଜ୍ଜାର ଭୟରେ କାହାକୁ କିଛି କହିପାରିନଥିଲେ ନବ ବିବାହିତ ସ୍ବାମୀ ଜଣକ।