ଓଡିଶା

odisha

By

Published : Mar 3, 2023, 1:53 PM IST

ETV Bharat / bharat

ପୁଅର ବାହାଘର ଦିନ ତାରିଖ ଭୁଲିଗଲେ କହିଲେ ପିତା, ତାପରେ..

ବିବାହ ପାଇଁ କନ୍ୟାପକ୍ଷ ଲୋକ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ଆସିଲାନି ବର । ଫୋନ କରିବାକୁ ବରର ପିତା କହିଲେ ତାରିଖ ଭୁଲି ଯାଇଛି । ତାପରେ କଣ ହେଲା ଜାଣନ୍ତୁ

ପୁଅର ବାହାଘର ଦିନ ତାରିଖ ଭୁଲିଗଲେ କହିଲେ ପିତା
ପୁଅର ବାହାଘର ଦିନ ତାରିଖ ଭୁଲିଗଲେ କହିଲେ ପିତା

ଡେରାଡୁନ: ବାହା ହେବା ପାଇଁ ବଧୂ ବେଶରେ ସଜ ହୋଇଥିଲା କନ୍ୟା । ରୀତିନୀତି ଅନୁସାରେ ବିବାହ ମଣ୍ଡପ ସଜାଯାଇଥିଲା । ବାହାଘର ଗୀତର ତାଳେତାଳେ ଖୁସି ମନାଉଥିଲେ ଝିଅ ଘର ଲୋକେ । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ୧ଲକ୍ଷ ଟଙ୍କା ଦେଇ ମଣ୍ଡପ ବୁକ ହୋଇଥିଲା । ବରଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ କନ୍ୟାପକ୍ଷ ଅପେକ୍ଷା କରିଥିଲେ । କେତେବେଳ ଡିଜେ ବଜାଇ ବର ଆସିବ ବୋଲି ଅପେକ୍ଷା କରୁକରୁ ଆଉ ଆସିଲାନି ବର । ବର ପହଞ୍ଚିବା ସମୟ ଗଡିଯିବାରୁ କନ୍ୟା ପକ୍ଷରୁ ବରର ବାପାକୁ ଫୋନ କରିଲେ । ହେଲେ ଉତ୍ତରରେ ସେ ଯାହା କହିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବରର ବାପା କହିଲେ ଆମେ ତାରିଖ ଭୁଲିଯାଇଛୁ । ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡର ହଲଦ୍ବାନିରୁ ।

ଗତ 1 ତାରିଖରେ ହୋଇଥାନ୍ତା ବାହାଘର । କିନ୍ତୁ ଆସିଲେ ନାହିଁ ବରଯାତ୍ରୀ । କନ୍ୟାପକ୍ଷ ଲୋକ ବରର ପିତାଙ୍କୁ ଫୋନ କରିବାରୁ ସେ କହିଥିଲେ, "ଆମେ ତାରିଖ ଭୁଲି ଯାଇଛୁ । ଆସନ୍ତା ୧୦ ତାରିଖରେ ବରଯାତ୍ରୀ ନେଇ ଆସିବୁ । କିନ୍ତୁ ତା ପୂର୍ବରୁ ସ୍ବିଫ୍ଟ ଡିଜାଇର କାର ଦରକାର ।" ଏହା ଶୁଣିବା ପରେ କନ୍ୟାପକ୍ଷ ଲୋକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ହଲଦ୍ବାନିର ବନଭୂଲାପୁରା ଥାନା ଅଞ୍ଚଳର । ତେବେ ଏନେଇ କନ୍ୟାର ଭାଇ ଥାନାରେ ଅଭିଯୋଗ କରି କହିଛନ୍ତି, "ଆମେ ବରେଲି ରୋଡର ବାସିନ୍ଦା । ଆମ ଭଉଣୀର ବାହାଘର ଚମେଲି ଜିଲ୍ଲାର ବାସିନ୍ଦା ସମୀରଙ୍କ ସହ ସ୍ଥିର ହୋଇଥିଲା । ଗତବର୍ଷ ଅଗଷ୍ଟରେ ନିର୍ବନ୍ଧ ହୋଇଥିବା ଏବଂ ମାର୍ଚ୍ଚ ୧ ତାରିଖରେ ବିବାହ ପାଇଁ ସ୍ଥିର ହୋଇଥିଲା । ବରର ବାପା ୧୫୦ଜଣ ବରଯାତ୍ରୀଙ୍କୁ ନେଇ ଆସିବେ ବୋଲି ମଧ୍ୟ କହିଥିଲେ । ବାହାଘର ପାଇଁ ଆମେ ୧ଲକ୍ଷ ଟଙ୍କା ଦେଇ ମଣ୍ଡପ ବୁକ କରିଥିଲୁ । ବରଯାତ୍ରୀଙ୍କ ପାଇଁ ଖାଇବାର ମଧ୍ୟ ବ୍ୟବସ୍ଥା କରିଥିଲୁ । ଏହାସହ ବିଦାୟୀ ପାଇଁ ମଧ୍ୟ ସମସ୍ତ ଜିନିଷ କିଣି ସାରିଥିଲୁ । "

ସେ ଆହୁରି ମଧ୍ୟ କହିଛନ୍ତି, "ଯୌତୁକରେ ସେମାନେ ଏକ ସ୍ବିଫ୍ଟ ଡିଜାଇର କାର ମାରିଥିଲେ । କିନ୍ତୁ ଆମର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆମେ ମନା କରିଥିଲୁ । ଏହାପରେ ସେମାନେ ବାହାଘର ପାଇଁ ବାହାଘର ପାଇଁ ମନା କରିଦେଇଥିଲେ । ଏହାପରେ ପୁଣି ବିବାହ କରିବାକୁ ସ୍ଥିର ହୋଇଥିଲା କିନ୍ତୁ ଧାର୍ଯ୍ୟ ହୋଇଥିବା ବିବାହ ତାରିଖ ଦିନ ଆସିଲା ନାହିଁ ବର । ମୁଁ ଫୋନ କରିବାରୁ ବର ପିତା ତାରିଖ ଭୁଲିଯାଇଥିବା କହିବା ସହ ୧୦ ତାରିଖରେ ବରଯାତ୍ରୀ ନେଇଯିବି କିନ୍ତୁ ସ୍ବିଫ୍ଟ କାର ଦରକାର ବୋଲି କହିଛନ୍ତି । "

ଏନେଇ କନ୍ୟାର ଭାଇ ଥାନାର ଦ୍ବାରସ୍ଥ ହେବା ସହ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ସେମାନେ ଜାଣିଶୁଣି ଭଉଣୀ ସହ ଖେଳିଛନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କନ୍ୟାଙ୍କର ଭାଇ ।

ABOUT THE AUTHOR

...view details