ବେଙ୍ଗାଲୁରୁ:ପରମ୍ପରା ଅନୁଯାୟୀ ଚାଲିଥିଲା ବାହାଘର । ଉଭୟ ବର ଓ କନ୍ୟା ପକ୍ଷ ବେଶ ଖୁସିଥିଲେ । ପୁରୋହିତଙ୍କ ମନ୍ତ୍ର ଧ୍ବନି ସାଙ୍ଗକୁ ୨ ଯୋଡ଼ି ଏକାଠି ହେବାକୁ ଯାଉଥିଲେ । ହେଲେ ଏହି ସମୟରେ ତାଳି ମାରିବା ହେଲା କାଳ । ବର ଜଣକ କୌଣସି ଏକ ରୀତିନୀତିକୁ ପାଳନ କରି ତାଳି ମାରିବା ପରେ ଏହା ଯୁବତୀଙ୍କୁ ପସନ୍ଦ ଆସିନଥିଲା । ଆଉ ସଙ୍ଗେ ସଙ୍ଗେ ବିବାହ ପାଇଁ ମନା କରିଦେଇଥିଲେ ବାହା ହେଉଥିବା ଯୁବତୀ । କର୍ଣ୍ଣାଟକ ହୋସାଦୁର୍ଗା ନିକଟ ଚିତ୍ରଦୁର୍ଗା ଅଞ୍ଚଳରେ ଏପରି ବିରଳ ଘଟଣା ଘଟିଛି ।
ଏହି ବିବାହ ଉତ୍ସବ ଭୈରବେଶ୍ବର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । ଏଥିଲାଗି ଉଭୟ ପକ୍ଷର ସମସ୍ତ ଅତିଥି, ସମ୍ପର୍କୀୟ, ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ସବୁ କିଛି ଠିକ ଚାଲିଥିଲା । ହେଲେ ବିବାହର ଏକ ନୀତି ଅନୁଯାୟୀ ଉଭୟ ବରକନ୍ୟାଙ୍କୁ ତାଳି ମାରିବାର ଥିଲା । ପୁରୋହିତଙ୍କୁ କଥାକୁ ଅନୁସରଣ କରି ବର ଜଣକ ତାଳି ମାରିଥିଲେ । ହେଲେ ଏହା ଯୁବତୀଙ୍କୁ ଆଦୌ ପସନ୍ଦ ଆସିନଥିଲା । ସେ ତାଳି ମାରିନଥିବା ବେଳେ ବରକୁ ମଧ୍ୟ ଏପରି କରିବାରେ ରୋକିଥିଲେ । ଏହାପରେ ଯୁବତୀ ଅଚାନକ ବିବାହ ପାଇଁ ମନା କରିଦେଇଥିଲେ । ପରିବାର ଲୋକେ ଯେତେ ବୁଝାଇଥିଲେ ମଧ୍ୟ ଯୁବତୀ ଜଣକ ଆଦୌ ଶୁଣିନଥିଲେ । ଶେଷରେ ଏହି ବିବାହ ଭାଙ୍ଗିଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- ଶ୍ୟାମଳ ରଙ୍ଗ ପାଇଁ ବେଦୀରେ ବାହାଘର ଭାଙ୍ଗିଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର