ପାଟନା:ଫୁଲମାଳ ପିନ୍ଧାଇବା ସମୟରେ କନ୍ୟା ଭାଙ୍ଗିଲା ବାହାଘର (Bride refused to marry in Khagaria)। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର ଖଗରିଆରେ । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।
ବୁଧବାର ଦିନ ଏକ ବାହାଘର ଯୋଗୁଁ ବରଯାତ୍ରୀ ମାନେ ସବୁ ଡିଜେ ଗୀତରେ ନାଚୁଥିଲେ । ଏହା ପରେ କନ୍ୟା ଘର ପକ୍ଷରୁ ବରଯାତ୍ରୀଙ୍କୁ ମଧ୍ୟ ସ୍ବାଗତ କରିଥିଲେ। କିନ୍ତୁ କିଛି ସମୟ ପରେ ସମସ୍ତ ସୁଖ ବ୍ୟର୍ଥ ହୋଇଥିଲା । କାରଣ ବାହାଘର ସମୟରେ କନ୍ୟା ଭାଙ୍ଗି ଦେଇଥିଲା ବାହାଘର ।
ସୂଚନା ଅନୁଯାୟୀ, ଖଗରିଆ ଜିଲ୍ଲାର ରହିମପୁର ରେ ଏକ ବିବାହ ମଣ୍ଡପରେ କନ୍ୟା ଭାଙ୍ଗିଦେଇଥିଲା ବାହାଘର। ଏହା ପରେ କ୍ରୋଧିତ ଗ୍ରାମବାସୀ ବର ଏବଂ ବରଯାତ୍ରୀଙ୍କୁ ବାନ୍ଧିକି ରଖିଥିଲେ। ବାସ୍ତବରେ ଭାଗଲପୁର ଜିଲ୍ଲାର ଭବାନୀପୁର ପୋଲିସ ଥାନା ଅଞ୍ଚଳର ନାରାୟଣପୁର ଚାଉହାଡି ଗାଁର ୱାର୍ଡ ନମ୍ବର 2 ରେ ରହୁଥିବା ଗୋପାଳ ଝା ଙ୍କ 25 ବର୍ଷର ପୁଅ ହିତେଶ କୁମାରଙ୍କ ବିବାହ ହେବାକୁ ଥିଲା । ବୁଧବାର ବିଳମ୍ବିତ ରାତିରେ 36ଜଣରୁ ଅଧିକ ବରଯାତ୍ରୀ ଯିବା ସହ ନୃତ୍ୟ ଓ ଗୀତ ଗାଇ କନ୍ୟା ଘରେ ପହଞ୍ଚିଥିଲେ ।
କିନ୍ତୁ ବରକୁ ଫୁଲମାଳ ପକାଇବା ସମୟରେ ବର ତାର ଭାଇ ସହିତ କଥା ହେଉଥିଲା । ସେହି ସମୟରେ ବର ର କଥା ଶୁଣି ରାଗିଯାଇଥିଲା ଝିଅ । କାରଣ ବର ର କଥା କହିବାରେ ଅସୁବିଧା ଥିବା ସହ ସେ ଜଣେ ମାନସିକ ରୋଗୀ ବୋଲି ମଧ୍ୟ ଜାଣିବାକୁ ପାଇଥିଲେ । ଏହାକୁ ସନ୍ଦେହ କରିବା ସହ କନ୍ୟା ଜଣକ ଠକାମିର ଶିକାର ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଏନେଇ ଘଟଣାସ୍ଥଳରେ କନ୍ୟା ଜଣକ ରାଗିଯାଇ ବିବାହ ମଣ୍ଡପ ଛାଡିକି ଯିବା ସହ ବାହାଘର ଭାଙ୍ଗିଦେଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ