ଓଡିଶା

odisha

ETV Bharat / bharat

ଯୌତୁକ ପାଇଁ କନିଆଁ ଘରର ବ୍ଲାକମେଲିଂ ! ବର ବାପାଙ୍କୁ ଆସିଲା ହୃଦଘାତ - ଯୌତନୁକ ମଗିଲେ କନିଆଁ

ବିବାହ ପାଇଁ କନିଆଁ ଯୌତୁକ ମାଗିବାରୁ ବରର ବାପାଙ୍କୁ ଆସିଲା ହୃଦଘାତ । ବ୍ଲାକ ପେପରରେ ସାଇନ କରାଇ କରୁଥିଲେ ବ୍ଲାକମେଲିଂ । ଅଧିକ ପଢନ୍ତୁ

ଯୌତୁକ ପାଇଁ କନିଆଁ ଘରର ବ୍ଲାକମେଲିଂ, ବର ବାପାଙ୍କୁ ଆସିଲା ହୃଦଘାତ
ଯୌତୁକ ପାଇଁ କନିଆଁ ଘରର ବ୍ଲାକମେଲିଂ, ବର ବାପାଙ୍କୁ ଆସିଲା ହୃଦଘାତ

By

Published : Mar 22, 2022, 10:31 PM IST

ଜୟପୁର: ବିବାହ ପାଇଁ କନିଆଁ ଯୌତୁକ ମାଗିବାରୁ ବରର ବାପାଙ୍କୁ ଆସିଲା ହୃଦଘାତ । ବାହାଘର ପାଇଁ ବର, ବରଯାତ୍ରୀ ସବୁ ପ୍ରସ୍ତୁତ ଥିବା ସମୟରେ କନିଆଁ ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ମାଗିବାରୁ ବରର ବାପାଙ୍କୁ ହୃଦଘାତ ଆସିବା ଭଳି ଖବର ସାମ୍ନାକୁ ଆସିଛି । ଏପରି ଘଟଣା ଘଟିଛି ରାଜସ୍ଥାନର ରାଜଧାନୀ ଜୟପୁରରେ ।

ସୂଚନା ଅନୁଯାୟୀ, ଜୟପୁର ସାଂଗନେର ସଦର ଥାନା ଅଞ୍ଚଳର ଇନ୍ଦ୍ରାଜ ନାମକ ଜଣେ ବ୍ୟକ୍ତି ପାଖାପାଖି ଗୋଟିଏ ବର୍ଷ ହେବ କିରଣ ନାମକ ଜଣେ ଯୁବତୀଙ୍କ ସହ ବିବାହ ଠିକ୍ କରିଥିଲେ । ଚଳିତ ବର୍ଷ ଜାନୁଆରୀ ୨୬ ରେ ନିର୍ବନ୍ଧ ହେବା ପରେ ୨୦ ଫେବ୍ରୁଆରୀରେ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହାପରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ବର ଘର ଲୋକେ ।

ସେପଟେ ବାହାଘରର ପରଦିନ ୨୧ ଫେବ୍ରୁଆରୀରେ ଆଶିର୍ବାଦ ସଭା ଆୟୋଜନର ପ୍ରସ୍ତୁତି ମଧ୍ୟ ଚାଲିଥିଲା । ବିବାହ ପୂର୍ବରୁ କନିଆଁଙ୍କ ପିତା ବରର ପିତାଙ୍କୁ, ବାହାଘରରେ କିଛି ଟଙ୍କା କମ୍ ପଡୁଥିବାରୁ ସେ କିସାନ କ୍ରେଡିଟ କାର୍ଡରୁ ଲୋନ୍ ଆଣୁଥିବା କହିଥିଲେ । ଏଥିସହ ଏହି ଲୋନରେ ବରର ବାପାଙ୍କୁ ଗ୍ୟାରେଣ୍ଟର ହେବାକୁ କହିଥିଲେ କନିଆଁଙ୍କ ବାପା ।

ଏହି ସୁଯୋଗରେ କନିଆଁଙ୍କ ବାପା, ବରର ବାପାଙ୍କ ଠାରୁ ୮ ଫେବ୍ରୁଆରୀରେ ଏକ ଖାଲି ପେପରରେ ଦସ୍ତଖତ କରାଇ ନେଇଥିଲେ । ଦସ୍ତଖତ ପରେ ବିବାହ ପାଇଁ ମନା କରି ଦେଇଥିଲେ କନିଆଁଙ୍କ ପରିବାର । ଏପରିକି ଏନେଇ ଥାନାରେ ମଧ୍ୟ ଅଭିଯୋଗ କଲେ ଖାଲି ପେପରରେ ଥିବା ଦସ୍ତଖତକୁ ନେଇ ଧମକ ଦେଇଥିଲେ । ବାହାଘର କରିବାକୁ ହେଲେ ୨ ଲକ୍ଷ ଟଙ୍କା ନେଇକି ଆସିବାକୁ କହିଥିଲେ ।

ବର ପକ୍ଷଙ୍କ କହିବା ଅନୁସାରେ କନିଆଁ ଘରର କହିବା ଅନୁସାରେ ୨ ରୁ ୩ ଲକ୍ଷ ଟଙ୍କାର ବିବାହ ସାମଗ୍ରୀ ଦେବା ପରେ ମଧ୍ୟ କନିଆଁ ବିବାହ ପାଇଁ ମନା କରିଦେଇଥିଲେ । ଫଳରେ ବରଙ୍କ ବାପାଙ୍କର ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହେବା ପରେ ବର ପକ୍ଷରୁ ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details