ଲକ୍ଷ୍ନୌ: ଉତ୍ତରପ୍ରଦେଶ ଚନ୍ଦୌଲି ସହରର ମଥାରେ ସିନ୍ଦୂର ଦେବାକୁ ନେଇ ଭାଙ୍ଗିଲା ବିବାହ । ବର କନ୍ୟା ମଥାରେ ସିନ୍ଦୂର ଦେବା ବଦଳରେ ନିଶାସକ୍ତ ଅବସ୍ଥାରେ ରହି କନ୍ୟାର ମୁହଁ ସାରା ସିନ୍ଦୂର ଲଗାଇଥିଲା । ଏପରିକି ପ୍ରଥମେ ମଥାରେ ସିନ୍ଦୂର ଭରିବା ଅବସ୍ଥାରେ ମଧ୍ୟ ନଥିଲା । ବରର ଏପରି ଅବସ୍ଥା ଦେଖି କନ୍ୟା ରାଗି ଯାଇ ବିବାହ କରିବାକୁ ମନା କରିଥିଲା । ଏହାପରେ ଶେଷରେ ବିବାହ ଭାଙ୍ଗିଥିଲା । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ମିର୍ଜାପୁର ଜିଲ୍ଲାର ଅହିରୌରା ଥାନା ଅଞ୍ଚଳର ମାନିକପୁର ଗାଁରୁ ବରଯାତ୍ରୀ ଚକରଘଟ୍ଟା ଥାନା ଅଞ୍ଚଳକୁ ଆସିଥିଲେ । ଗୁରୁବାର ସନ୍ଧ୍ୟାରେ ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ ଜୋରଦାର ସ୍ବାଗତ କରିଥିଲେ । ବିବାହ ପୂର୍ବରୁ ସମସ୍ତ ରୀତିନୀତି ହୋଇଥିଲା । ଯେତେବେଳେ ସିନ୍ଦୂର ଦାନ ସମୟ ଆସିଥିଲା ସେତେବେଳେ ନିଶାରେ ଉବୁଟୁବୁ ହେଉଥିଲା ବର । ଆଉ କନ୍ୟାର ମଥାରେ ସିନ୍ଦୂର ଦେବା ପରିବର୍ତ୍ତେ ସେ ପୁରା ମୁହଁରେ ସିନ୍ଦୂର ଲଗାଇଥିଲା । ଏଥିରେ ଯୁବତୀ ଜଣକ ରାଗି ଯାଇ ବିବାହ ମଣ୍ଡପରୁ ଉଠିଯାଇଥିଲେ ଏବଂ ବିବାହ ନ କରିବାକୁ ମନା କରିଥିଲେ ।