ଓଡିଶା

odisha

ETV Bharat / bharat

Brics Summit 2023: ସଂଗଠନରେ ସାମିଲ ହେବେ 6 ଟି ନୂଆ ଦେଶ - ବିସ୍ତାର ହେବ ବ୍ରିକ୍ସ

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି ଭାରତ ସବୁବେଳେ ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରେ । ଭାରତ ସବୁବେଳେ ବ୍ରିକ୍ସର ବିସ୍ତାର ପାଇଁ କହିଆସିଛି । ବ୍ରିକ୍ସର ବିସ୍ତାର ହେଲେ ନୂଆ ସଦସ୍ୟ ରାଷ୍ଟ୍ର ଆସିଲେ ବିଭିନ୍ନ କ୍ଷେତ୍ରରେ ଆହୁରି ବ୍ୟାପକ ଆଲୋଚନା ହେବ । ସଂଗଠନ ଶକ୍ତିଶାଳୀ ହେବ । ଅଧିକ ପଢନ୍ତୁ

Brics Summit 2023
Brics Summit 2023

By ETV Bharat Odisha Team

Published : Aug 24, 2023, 5:42 PM IST

Updated : Aug 24, 2023, 6:17 PM IST

Brics Summit 2023: ସଂଗଠନରେ ସାମିଲ ହେବେ 6 ଟି ନୂଆ ଦେଶ

ଜୋହାନ୍ସବର୍ଗ: ବଢିବ ବ୍ରିକ୍ସ ଗୋଷ୍ଠୀ ସମୂହର ସଦସ୍ୟତା । ସାମିଲ ହେବେ ଅଧିକ ଦେଶ । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମୂହ ଗୋଷ୍ଠୀର 15 ତମ ବୈଠକରେ ଏହି ନିଷ୍ପତି ହୋଇଛି । ନିଷ୍ପତି ଅନୁଯାୟୀ ଆର୍ଜେଣ୍ଟିନା, ଇଜିପ୍ଟ, ଇଥିୟୋପିୟା, ଇରାନ, ସାଉଦି ଆରବ, ଓ ୟୁଏଇ ଭଳି ଦେଶକୁ ସାମିଲ କରିବା ପାଇଁ ନିଷ୍ପତି ହୋଇଛି । ସମସ୍ତ 6 ନୂଆ ରାଷ୍ଟ୍ର ଆସନ୍ତା ଜାନୁୟାରୀ 2024 ରୁ ବିଦ୍ଧିବଧ ଭାବେ ସାମିଲ ହେବେ ।

ଏହାବି ପଢନ୍ତୁ- BRICS summit: ‘ବିଶ୍ବର ଅଭିବୃଦ୍ଧି ଇଞ୍ଜିନ ହେବ ଭାରତ’

ବ୍ରିକ୍ସ ସମ୍ମିଳନୀର 15 ତମ ବୈଠକରେ ଆଜି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା କହିଛନ୍ତି ‘‘ ଆମେ ବ୍ରିକ୍ସ ସମୁହରେ ଆଉ 6 ଟି ନୂଆ ଦେଶକୁ ସାମିଲ କରିବାକୁ ନିଷ୍ପତି ନେଇଛୁ । ଏହି 6 ଦେଶ ହେଉଛନ୍ତି ଆର୍ଜେଣ୍ଟିନା, ଇଜିପ୍ଟ, ଇଥିୟୋପିୟା, ଇରାନ, ସାଉଦି ଆରବ, ଓ ୟୁଏଇ । ନୂଆ ରାଷ୍ଟ୍ର ଗୁଡିକ ଆସନ୍ତା ଜାନୁୟାରୀରୁ ବ୍ରିକ୍ସ ସଦସ୍ୟ ହୋଇପାରିବେ ।’’ ବର୍ତ୍ତମାନର ବ୍ରିକ୍ସ ସମୁହ ରାଷ୍ଟ୍ର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ।

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି ଭାରତ ସବୁବେଳେ ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରେ । ଭାରତ ସବୁବେଳେ ବ୍ରିକ୍ସର ବିସ୍ତାର ପାଇଁ କହିଆସିଛି । ବ୍ରିକ୍ସର ବିସ୍ତାର ହେଲେ ନୂଆ ସଦସ୍ୟ ରାଷ୍ଟ୍ର ଆସିଲେ ବିଭିନ୍ନ କ୍ଷେତ୍ରରେ ଆହୁରି ବ୍ୟାପକ ଆଲୋଚନା ହେବ । ସଂଗଠନ ଶକ୍ତିଶାଳୀ ହେବ । ଟିମ ବ୍ରିକ୍ସର ବିସ୍ତାର ପାଇଁ ବିଚାର, ଆଲୋଚନା ମାର୍ଗଦର୍ଶନ , ସିଦ୍ଧାନ୍ତ ଓ ମାନଦଣ୍ଡ ପ୍ରକ୍ରିୟାରେ ସହମତି ହୋଇଛି । ଯେଉଁ ନୂଆ ରାଷ୍ଟ୍ର ସଦସ୍ୟ ହେବାକୁ ଯାଉଛନ୍ତି ସେହି ରାଷ୍ଟ୍ର ଗୁଡିକ ସହିତ ଭାରତର ଐତିହାସିକ ନିବିଡ ସମ୍ପର୍କ ରହିଛି । ସର୍ବସମ୍ମତିକ୍ରମେ ନୂଆ ସଦସ୍ୟ ରାଷ୍ଟ୍ର ଚୟନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଥିଲେ ।

ଏହାବି ପଢନ୍ତୁ- BRICS family photo: ପରସ୍ପରଠାରୁ ଅଲଗା ଛିଡ଼ା ହେଲେ ଜିନ୍‌ପିଙ୍ଗ୍‌ ଓ ମୋଦି

ବର୍ତ୍ତମାନ ବ୍ରିକ୍ସ ଗୋଷ୍ଠୀ ସମୂହରେ ଭାରତ, ଋଷ, ଚୀନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଏହି ସଂଗଠନ ପାଖରେ ଦୁନିଆର 41 ପ୍ରତିଶତ ଜନସଂଖ୍ୟା ଥିବାବେଳେ, ଦୁନିଆର 24 ପ୍ରତିଶତ ଜିଡିପି ଓ 16 ପ୍ରତିଶତ ବ୍ୟବସାୟ ରହିଛି । ଯାହାର ଏକ ବଡ ପ୍ରଭାବ ବିଶ୍ବ ଉପରେ ରହିଛି । ସଂଗଠନରେ ଆହୁରି ନୂଆ ରାଷ୍ଟ୍ର ସାମିଲ ହେଲେ ଏହି ସଂଗଠନର ଶକ୍ତି ଆହୁରି ଶକ୍ତି ବୃଦ୍ଧି ହେବ ।

ଏହା ପୂର୍ବରୁ ଗତ ସୋମବାର ଭାରତର ବୈଦେଶିକ ସଚିବ ବିନୟ କ୍ବାତ୍ରା କହିଥିଲେ ବ୍ରିକ୍ସ ସଂଗଠନରେ ସାମିଲ ହେବାକୁ ଦୁନିଆର 23 ରୁ ଅଧିକ ଦେଶ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୟୁଏଇ, ଆର୍ଜେଣ୍ଟିନା ଭଳି ଦେଶର ଦାବିଦାର ଅଧିକ ରହିଛି । ବ୍ରିକ୍ସ ସମ୍ମିଳନୀରେ ବ୍ୟାପକ ବିଚାର ବିମର୍ଶ ପରେ ନୂଆ ସଦସ୍ୟ ରାଷ୍ଟ୍ରଙ୍କୁ ଚୟନ କରାଯିବ । ଭାରତ କିନ୍ତୁ ବ୍ରିକ୍ସର ବିସ୍ତାର ସପକ୍ଷରେ ରହିଛି ବୋଲି କହିଥିଲେ ।

ଏହାବି ପଢନ୍ତୁ- ବ୍ରିକ୍ସ ସମ୍ମିଳନୀ: ଆଜି ରାଷ୍ଟ୍ର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭର୍ଚ୍ଚୁଆଲ ବୈଠକ

ଗତ ମଙ୍ଗଳବାର ସଂଧ୍ୟାରେ ବ୍ରିକ୍ସ ରାଷ୍ଟ୍ର ଅଧ୍ୟକ୍ଷଙ୍କ ଲିଡର୍ସ ରିଟ୍ରିଟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଷ୍ଟ୍ର ଅଧ୍ୟକ୍ଷ ସାମିଲ ହୋଇଥିଲେ । ଏଥିରେ ନୂଆ ସଦସ୍ୟଙ୍କୁ ଚୟନ ପାଇଁ ଆଲୋଚନା ହୋଇଥିଲା । ଏହି ଆଲୋଚନା ଓ ନୂଆ ସଦସ୍ୟ ରାଷ୍ଟ୍ରଙ୍କ ଚୟନରେ ଭାରତ ନେତୃତ୍ବ ନେଇଥିଲା। ପ୍ରଧାନମନ୍ତ୍ରୀ ମୋଦି ନୂଆ ସଦସ୍ୟ ରାଷ୍ଟ୍ରଙ୍କ ଚୟନ ନେଇ ସମସ୍ତଙ୍କ ମଧ୍ୟରେ ସହମତି ଆଣିଥିଲେ । ଯାହା ଭାରତର ବଳିଷ୍ଠ କୂଟନୀତିକୁ ଦର୍ଶାଉଛି ।

Last Updated : Aug 24, 2023, 6:17 PM IST

ABOUT THE AUTHOR

...view details