ଓଡିଶା

odisha

ETV Bharat / bharat

BRICS family photo: ପରସ୍ପରଠାରୁ ଅଲଗା ଛିଡ଼ା ହେଲେ ଜିନ୍‌ପିଙ୍ଗ୍‌ ଓ ମୋଦି - ଦକ୍ଷିଣ ଆଫ୍ରିକାରେ ମୋଦି

ବ୍ରିକ୍ସ ଫ୍ୟାମିଲି ଫଟୋରେ ଜିନପିଙ୍ଗ ନିକଟରେ ଛିଡା ହେଲେନି ପ୍ରଧାନମନ୍ତ୍ରୀ । ଉଭୟଙ୍କ ମଝିରେ ରହିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା । ଅଧିକ ପଢନ୍ତୁ

BRICS family photo: ଜିନପିଙ୍ଗ ଓ ମୋଦିଙ୍କ ମଝିରେ ନଜର ଆସିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି
BRICS family photo: ଜିନପିଙ୍ଗ ଓ ମୋଦିଙ୍କ ମଝିରେ ନଜର ଆସିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

By ETV Bharat Odisha Team

Published : Aug 23, 2023, 5:11 PM IST

ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକାରେ ଜାରି ରହିଛି ବ୍ରିକ୍ସ ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ 4 ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବ୍ରିକ୍ସ ରାଷ୍ଟ୍ରନେତାମାନେ ସର୍ବଦଳୀୟ ଅଧିବେଶନରେ ଯୋଗଦେବା ପାଇଁ ସାଣ୍ଡଟନ୍ ସମ୍ମିଳନୀ କେନ୍ଦ୍ରରେ ପହଞ୍ଚିଛନ୍ତି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରମୁଖ୍ୟମାନେ ସମ୍ମିଳନୀ ଫ୍ୟାମିଲି ଫଟୋ ସେଶନରେ ସାମିଲ ହୋଇଥିଲେ । ହେଲେ ଏଥିରେ ଏକ ଉଲ୍ଲେଖନୀୟ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ପରସ୍ପରଠାରୁ ଅଲଗା ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ମୋଦି ଓ ଜିନପିଙ୍ଗ ମଧ୍ୟରେ ଛିଡ଼ା ହୋଇଥିଲେ । ପରସ୍ପର ନେତାମାନେ ନିଜ ହାତ ଧରି ଫଟୋ ପୋଜ୍‌ ଦେଇଥିଲେ । ଏହି ବ୍ରିକ୍ସ ଗ୍ରୁପରେ ପ୍ରଧାନମନ୍ତ୍ରୀ ମୋଦି, ଜିନ୍‌ପିଙ୍ଗ ଏବଂ ରାମାଫୋସାଙ୍କ ବ୍ୟତୀତ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦେ ସିଲଭା ମଧ୍ୟ ରହିଛନ୍ତି । ଋଷ ସଦସ୍ୟ ରାଷ୍ଟ୍ର ଥିଲେ ସୁଦ୍ଧା ରାଷ୍ଟ୍ରମୁଖ୍ଯ ଭାବେ ପୁଟିନ ଏହି ସମ୍ମିଳନୀରେ ପ୍ରତ୍ୟେକ୍ଷ ଅଂଶଗ୍ରହଣ କରିନାହାନ୍ତି । ତାଙ୍କ ପ୍ରତିନିଧି ଭାବେ ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ସମ୍ମିଳନୀରେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତି ପୁଟିନ ଏହି ସମ୍ମିଳନାକୁ ଭର୍ଚ୍ଚୁଆଲି ସମ୍ବୋଧିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-BRICS summit: ‘ବିଶ୍ବର ଅଭିବୃଦ୍ଧି ଇଞ୍ଜିନ ହେବ ଭାରତ’

ଜୋହାନ୍ସବର୍ଗରେ ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15ତମ ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସମ୍ବୋଧନରେ ସେ ‘ଗୋଟିଏ ବିଶ୍ବ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’ ନାରାକୁ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ବ୍ରିକ୍ସକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସଂଗଠନ କରିବା ପାଇଁ ଆମକୁ ଭବିଷ୍ୟତ ପାଇଁ ଆମର ନିଜସ୍ୱ ସମାଜ ମଧ୍ୟ ପ୍ରସ୍ତୁତ କରିବାକୁ ପଡିବ । ଏଥିରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।"

ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମେ ଗୋଟିଏ ବିଶ୍ବ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ ପାଇଁ ସମସ୍ତ ଦେଶ ସହ ମିଶି କାର୍ଯ୍ୟ କରୁଛୁ । ଆଫ୍ରିକୀୟ ୟୁନିଅନକୁ ଜି-20 ଅନ୍ତର୍ଜାତୀୟ ସମ୍ମିଳନୀର ସ୍ଥାୟୀ ସଦସ୍ୟତା ଦେବାକୁ ଆମେ ପରାମର୍ଶ ଦେଇଛୁ । ଏହା ସେମାନଙ୍କ (ଆଫ୍ରିକୀୟ ୟୁନିଅନ)ର ଆତ୍ମବିଶ୍ୱାସକୁ ଆହୁରି ବଢ଼ାଇବ । ଆମେ ବ୍ରିକ୍ସର ବିସ୍ତାର ପାଇଁ ମଧ୍ୟ ସମର୍ଥନ କରୁଛୁ । ସମସ୍ତ ବ୍ରିକ୍ସ ରାଷ୍ଟ୍ର ବିକାଶର ଯାତ୍ରାରେ ସହଯୋଗ କରିବା ଉଚିତ । ବ୍ରିକ୍ସ ଦେଶଗୁଡିକ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ଉଚିତ । ଏହା ବର୍ତ୍ତମାନ ସମୟର ଆବଶ୍ୟକତା ମଧ୍ୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details