ଓଡିଶା

odisha

ETV Bharat / bharat

ବ୍ରାଜିଲ କିଣିବ କୋଭାକ୍ସିନର ୨ କୋଟି ଡୋଜ - ବ୍ରାଜିଲ କିଣିବ କୋଭାକ୍ସିନର ୨ କୋଟି ଡୋଜ

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକା କୋଭାକ୍ସିନ୍‌ର ୨ କୋଟି ଡୋଜ କିଣିବା ପାଇଁ ବ୍ରାଜିଲ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଅଧିକ ପଢନ୍ତୁ...

ବ୍ରାଜିଲ କିଣିବ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନର ୨ କୋଟି ଡୋଜ
ବ୍ରାଜିଲ କିଣିବ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନର ୨ କୋଟି ଡୋଜ

By

Published : Feb 27, 2021, 10:03 AM IST

ନୂଆଦିଲ୍ଲୀ: ବ୍ରାଜିଲ କିଣିବ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନର ୨ କୋଟି ଡୋଜ । ତେବେ ବ୍ରାଜିଲ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକା କୋଭାକ୍ସିନ୍‌ର ୨ କୋଟି ଡୋଜ କିଣିବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ବ୍ରାଜିଲର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏହି କ୍ରୟର ମୂଲ୍ୟ ୧.୬ ବିଲିୟନ ରିଏସ୍‌ (ଭାରତୀୟ ମୁଦ୍ରାରେ ୨,୧୧୫.୪ କୋଟି) ଅଟେ ।

ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପ୍ରଶାସନ କହିଛି ଯେ, ବ୍ରାଜିଲର କମ୍ପାନୀ ପ୍ରିସିସା ମେଡିକାମେଣ୍ଟୋସ ଦ୍ବାରା ପ୍ରସ୍ତୁତ ପ୍ରଥମ 8 ମିଲିୟନ କୋଭାକ୍ସିନ ସଟ ମାର୍ଚ୍ଚରେ ପହଞ୍ଚିବ। ଆଉ 8 ମିଲିୟନ ଡୋଜର ଦ୍ବିତୀୟ ବ୍ୟାଚ ଏପ୍ରିଲରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏବଂ ମେ ମାସରେ ଆଉ 4 ମିଲିୟନ୍ ଡୋଜ ଉପଲବ୍ଧ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଜିଲ ଏହାର 210 ମିଲିୟନ ଜନସଂଖ୍ୟାର 4% ରୁ କମ ଟୀକାକରଣ କରିଛି ।

ତେବେ ଏକ କୋଟିରୁ ଅଧିକ ମାମଲା ସହିତ ବ୍ରାଜିଲ ଏବେ ବିଶ୍ବର ତୃତୀୟ ଖରାପ କୋରୋନାଭାଇରସ ପ୍ରଭାବିତ ଦେଶ ଅଟେ। ଟିକା କ୍ରୟକୁ ତ୍ବରାନ୍ଵିତ କରି କୋରୋନାଭାଇରସ ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ନିଆଯାଉଥିବା ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ABOUT THE AUTHOR

...view details