ଚେନ୍ନାଇ:ନିଜେ ମରି ଅନ୍ୟରେ ଜୀବନ ବଞ୍ଚାଇଲେ ଯୁବକ । ବ୍ରେନଡେଡ ହୋଇ ହସ୍ପିଟାଲରେ ପଡିଥିବା ଯୁବକଙ୍କ ଅଙ୍ଗଦାନ କଲେ ପରିବାର ଲୋକେ । ତାମିଲନାଡୁର ଚେନ୍ନାଇରେ ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ।
ଚେନ୍ନାଇ ସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜରେ ଜଣେ ଯୁବକଙ୍କ ବ୍ରେନ ଡେଡ ହୋଇଥିବା ନେଇ ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ, ଆର. ଦିନାକରନ(୨୧)ଙ୍କ ଗତ ଅପ୍ରେଲ ୨୯ ତାରିଖରେ ସଡକ ଦୁର୍ଘଟଣା ହୋଇଥିଲା । ଏହାପରେ ତାଙ୍କୁ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କର ବ୍ରେନଡେଡ ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।