ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପରୀକ୍ଷଣ ହୋଇଛି ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଆଣ୍ଟି-ସିପ୍ ଭର୍ସନ । 300 କିଲୋମିଟରର ଷ୍ଟ୍ରାଇକ ରେଞ୍ଜ ସହ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଏହି ପରୀକ୍ଷଣକୁ ସଫଳତାପୂର୍ବକ ସମାପନ କରିଛି ଭାରତୀୟ ଅନୁସନ୍ଧାନ ଓ ବିକାଶ ସଂଗଠନ( DRDO) ।
INS ରଣବିଜୟରୁ ଆଣ୍ଟି ସିପ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ - INS ରଣବିଜୟ
ମଙ୍ଗଳବାର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଆଣ୍ଟି-ସିପ୍ ଭର୍ସନର ହୋଇଛି ସଫଳ ପରୀକ୍ଷଣ । ଅଧିକ ପଢନ୍ତୁ...
INS ରଣବିଜୟରୁ ଆଣ୍ଟି ସିପ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ
ଡିଆରଡିଓ ପକ୍ଷରୁ ଏହି ମିସାଇଲକୁ ଭାରତୀୟ ନୌସେନାର ଆଇଏନଏସ ରଣବିଜୟରୁ ଦିନ 9ଟା 25ରେ ଲଞ୍ଚ କରାଯାଇଥିଲା । ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ ଭର୍ସନର ମଧ୍ୟ ସଫଳତାର ସହ ପରୀକ୍ଷଣ କରାଯାଇଥିଲା।
ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ହେଉଛି ବିଶ୍ବର ଦ୍ରୁତତମ କାର୍ଯ୍ୟକ୍ଷମ ପ୍ରଣାଳୀ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ନିକଟରେ କ୍ଷେପଣାସ୍ତ୍ର ସିଷ୍ଟମ ସୀମାକୁ 298 କିଲୋମିଟରରୁ ପ୍ରାୟ 450 କିଲୋମିଟରକୁ ବୃଦ୍ଧି କରିଛି।