ଓଡିଶା

odisha

ETV Bharat / bharat

କୋରୋନା ପରୀକ୍ଷା କରିବାକୁ ମନାକରିବାରୁ ଯୁବକଙ୍କୁ ମାଡ ମାରିଲେ BBMP ଅଧିକାରୀ - BBMP ଅଧିକାରୀ

କୋରୋନା ଟୀକା ନନେବାରୁ ଯୁବକକୁ ମାଡ ମାରିବା ଘଟଣାରେ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ବୁଥ ସ୍ତରର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କଲା ବେଙ୍ଗାଲୁରୁର ସେଣ୍ଟ୍ରାଲ ଡିଭିଜନ ପୋଲିସ । ଅଧିକ ପଢନ୍ତୁ...

ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ
ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ

By

Published : May 25, 2021, 2:51 PM IST

ବେଙ୍ଗାଲୁରୁ: ସୋମବାର ବେଙ୍ଗାଲୁରୁ ମହାନଗର ପାଲିକେକୁ ଟୀକାକରଣ ପାଇଁ 3 ଜଣ ଯୁବକ ଯାଇଥିବାବେଳେ ଜଣେ ଯୁବକକୁ ମାଡ ମାରିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ବେଙ୍ଗାଲୁରର ସେଣ୍ଟ୍ରାଲ ଡିଭିଜନ ପୋଲିସ ସୋମବାର ଦିନ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ବୁଥ ସ୍ତରର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ବେଙ୍ଗାଲୁରୁ BBMPର ଅଧିକାରୀ ଜଣେ ଯୁବକଙ୍କୁ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା । ପ୍ରକାଶ ଥାଉକି ଯୁବକ ଜଣଙ୍କ ବେଙ୍ଗାଲୁରୁ ମହାନଗର ପାଲିକେରେ ଟୀକାକରଣ ପାଇଁ ପଞ୍ଜୀକରଣ କରିଥିଲେ । ହେଲେ ଯେତେବେଳେ ଓଟିପି ଆସିଲା ତାହା ଟୀକୀକରଣ ପାଇଁ ନୁହେଁ ବରଂ କୋରୋନା ଟେଷ୍ଟ କରିବା ପାଇଁ । କିନ୍ତୁ ଯୁବକ ଜଣଙ୍କ କୋରନା ଟେଷ୍ଟ ପାଇଁ ମନା କରିବାରୁ ବିବିଏମପି ବୁଥ ସ୍ତରର ଅଧିକାରୀ ତାଙ୍କୁ ମାଡ ମାରିଥିଲେ । ଏବଂ ତାଙ୍କୁ କୋଭିଡ ଟେଷ୍ଟ କରିବାକୁ ବାଧ୍ୟ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ 2 ଜଣ BBMP ଅଧିକାରୀ 3 ଜଣ ଯୁବକଙ୍କୁ RTPCR ପରୀକ୍ଷା କରିବାକୁ ବାଧ୍ୟ କରିଥିଲେ ଏହା ପରେ ଆରମ୍ବ ହୋଇଥିଲା ଯୁକ୍ତିତର୍କ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବିଏମ୍ପି କମିଶନର ଗୌରବ ଗୁପ୍ତା ଟ୍ବିଟ କରି କହିଛନ୍ତି ଯେ ଏହାକୁ ନେଇ ମୁଁ ଦୁଃଖ ପ୍ରକାଶ କରୁଛି । କାହାକୁ ବଳ ପୂର୍ବକ କୋରୋନା ପରୀକ୍ଷା କରିବା ଉଚିତ ନୁହଁ । ଏହି ଆକ୍ରାମଣକୁ ଆମେ ନିନ୍ଦା କରୁଛୁ । ଏହାର କାରଣ କଣ, କିଏ ଦାୟୀ ତାହା ଜାଣିବା ପାଇଁ ଅନୁସନ୍ଧାନ କରାଯିବ ଏବଂ ଏହିପରି ପୁନରାବୃତ୍ତି ରୋକିବା ପାଇଁ ମଧ୍ୟ ଅନୁସନ୍ଧାନ କରାଯିବ ।

ସେଣ୍ଟ୍ରାଲ ବେଙ୍ଗାଲୁରୁର ମହାନିର୍ଦ୍ଦେଶକ (ଡିସିପି) ପି.ଆଇ ହାଲାସୁରୁଗେଟ୍ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ଅଧିକାରୀଙ୍କ ବିରୋଧରେ ଆଇପିସି ଧାରା 341, 323, 504 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details