ରାୟପୁର: ଦୁର୍ଘଟଣାର ଶିକାର 'ବଚପନ କା ପ୍ୟାର ଗୀତ' ଗାଇ ଚର୍ଚ୍ଚାରେ ଥିବା ଛତିଶଗଡ ସୁକୁମା ବାଳକ ସହଦେବ ଦିର୍ଦୋ । ସଡକ ଦୁର୍ଘଟଣାରେ ଆହତ ହୋଇ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସହଦେବ ।
ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ସକାଳେ ସହଦେବ ତାଙ୍କ ବାପାଙ୍କ ସହ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ପ୍ରଥମେ ତାଙ୍କୁ ସୁକୁମା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଜଗଦଲପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି । ଅନ୍ୟପଟେ, ସହଦେବଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋନ୍ତା ବିଧାୟକ କୱାସି ଲକ୍ଷ୍ମଣ ।