ଓଡିଶା

odisha

ETV Bharat / bharat

ଆଇସକ୍ରିମ ଖାଇ ୧୨ବର୍ଷର ନାବାଳକ ମୃତ, ପିଉସୀ ରଚିଥିଲା ଷଡ଼ଯନ୍ତ୍ର

କେରଳରେ ଆଇସକ୍ରିମ ଖାଇ ୧୨ବର୍ଷର ନାବାଳକ ମୃତ । ପିଉସୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 21, 2023, 8:36 PM IST

ଥିରୁଅନନ୍ତପୁରମ: ଆଇସକ୍ରିମ ଖାଇ ୧୨ବର୍ଷର ନାବାଳକ ମୃତ୍ୟୁର ୪ଦିନ ପରେ ଖୋଲିଲା ଗୁମର । ଘଟଣାରେ ପୋଲିସ ମୃତ ନାବାଳକର ପିଉସୀଙ୍କୁ ଗିରଫ କରିଛି । କେରଳ କୋଝିକୋଡ଼ଠାରେ ଘଟିଛି ଏହି ଅଘଟଣ । ପୋଲିସ ତଦନ୍ତ ବେଳେ ହତ୍ୟାକାରୀ ନାବାଳକ ନିଜ ପିଉସୀ ଜାଣିବାକୁ ପାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ମୃତ ବାଳକର ନାମ ଅହମ୍ମଦ ହସନ ରିଫାଇ ବୋଲି ଜଣାପଡିଛି । ସେ ଅର୍କିକୁଲମ ଅଞ୍ଚଳର ଅଧିବାସୀ ମହମ୍ମଦ ଅଲ୍ଲୀଙ୍କର ପୁଅ । ହତ୍ୟାକାରୀ ହେଉଛନ୍ତି ମହମ୍ମଦ ଅଲ୍ଲୀର ଭଉଣୀ ତାହିରା(୩୮) । ତାହିରାକୁ କୋୟିଲାନ୍ଦି ପୋଲିସ ଗିରଫ କରିଛି । ପୋଲିସର କହିବାନୁସାରେ ମୃତ ନାବାଳକ ଆଇସକ୍ରିମ ଖାଇଥିଲା । ଏହାପରେ ନାବାଳକ ଜଣକ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ବାନ୍ତି କରିଥିଲା । ଏହାପରେ ତାକୁ ମୁଥାମ୍ବି ଓ ମେପାୟୁର କ୍ଲିନିକକୁ ନିଆଯାଇଥିଲା । ହେଲେ ସେଠାରେ ତାର ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନହେବା ପରେ ନାବାଳକକୁ କୋୟିଲାନ୍ଦି ହସ୍ପିଟାଲକୁ ନିଆଯାଇଥିଲା ।

ଏହାପରେ ସେଠାକାର ଡାକ୍ତର ନାବାଳକକୁ କଲିକଟ ମେଡିକାଲ କଲେଜକୁ ରେଫର କରିଥିଲେ । ଏହାପରେ ସେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିବା ବେଳେ ତଦନ୍ତ କରିଥିଲା । ମୃତ୍ୟୁର କାରଣ ଜାଣିବା ଲାଗି ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ, ପୋଲିସ ଓ ଫରେନ୍ସିକ ଟିମ ମିଳିତ ଭାବେ ତଦନ୍ତ କରିଥିଲା । ଯେଉଁଠାରୁ ନାବାଳକ ଜଣକ ଆଇସକ୍ରିମ କିଣିଥିଲା, ଉକ୍ତ ଆଇସକ୍ରିମର ନମୁନା ସଂଗ୍ରହ କରାଯାଇଥିଲା ।

ଏହା ବି ପଢନ୍ତୁ- ସାଙ୍ଗକୁ ମାରି ପୋତିଦେଇଥିଲା ଅଭିଯୁକ୍ତ, 20 ବର୍ଷ ପରେ କଙ୍କାଳ ଉଦ୍ଧାର !

ଉକ୍ତ ନମୁନାକୁ ପରୀକ୍ଷା କରାଯାଇଥିଲା । ହେଲେ ସେପରି କୌଣସି ବିଷାକ୍ତ ପଦାର୍ଥ ସେଥିରେ ଥିବା ଜଣାପଡ଼ିନଥିଲା । ମାତ୍ର ବ୍ୟବଚ୍ଛେଦ ରିପୋର୍ଟରେ ନାବାଳକ ପେଟରେ ଆମୋନିଅମ ଫସଫରସ ଠାବ କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ କରିବା ପରେ ହତ୍ୟାକାରୀ ପିଉସୀ ନିକଟରେ ପହଞ୍ଚିଥିଲା । ମହିଳାଙ୍କୁ ଗିରଫ କରିବା ପରେ ସେ ନିଜ ଦୋଷ ସ୍ବୀକାର କରିଥିଲେ । ଅଭିଯୁକ୍ତ ମହିଳା ତାହିରାଙ୍କ କହିବାନୁସାରେ ସେ ଭାଇ ମହମ୍ମଦ ଅଲ୍ଲିର ପତ୍ନୀକୁ ହତ୍ୟା କରିବା ଲାଗି ଆଇସକ୍ରିମରେ ବିଷ ମିଶାଇଥିଲେ ।

ମାତ୍ର ଏହାକୁ ତାଙ୍କ ପୁତୁରା ଖାଇଥିଲା । ଘରେ କେହି ନଥିବା ବେଳେ ଏହି ବିଷାକ୍ତ ଆଇସକ୍ରିମକୁ ନାବାଳକ ଜଣକ ଖାଇଥିଲା । ପୋଲିସର କହିବା ଅନୁସାରେ ତାହିରା ମାନସିକ ରୋଗାଗ୍ରସ୍ତ । ସେ ଚିକିତ୍ସିତ ମଧ୍ୟ ହେଉଛି । ସେପଟେ କଲିକଟ ପୋଲିସ ଅଧିକାରୀ ଆର କର୍ପୁସାମି, ଅତିରିକ୍ତ ଏସପି ଆର ହରିପ୍ରସାଦ, ସିଆଇ କେସି ସୁବାଷ ବାବୁଙ୍କ ନିରୀକ୍ଷଣରେ ପୋଲିସ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details