ନୂଆଦିଲ୍ଲୀ:17ତମ ଲୋକସଭାର 11ତମ ଅଧିବେଶନ ଅନିଶ୍ଚିତକାଳ ପାଇଁ ସ୍ଥଗିତ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସଂସଦ ବଜେଟ ଅଧିବେଶନର ଅନ୍ତିମ ଦିନରେ ଆଜି ଉଭୟ ଗୃହ ସାଇନ ଡାଏ ହୋଇଛି । ଆଦାନୀ ପ୍ରସଙ୍ଗରେ JPC ଦାବି କରି ହୋ ହାଲ୍ଲା କରିଥିଲେ ବିରେଧୀ । ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ପ୍ରସଙ୍ଗରେ ଦାବି କରିଥିଲେ । କଂଗ୍ରେସ ସଦସ୍ୟ କଳାଫିତା ପିନ୍ଧି ସଂସଦରେ ଉପସ୍ଥିତ ହୋଇଥିଲେ । ଅଧିବେଶନ ସ୍ଥଗିତ ପରେ ବାଚସ୍ପତିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷତ କରିଥିଲେ ସମସ୍ତ ଦଳର ସଦସ୍ୟ ।
ଏହା ବି ପଢନ୍ତୁ...BJP 44th Foundation Day: ଲୋକଙ୍କ ଆଶାର କିରଣ ବିଜେପି କହିଲେ ପ୍ରଧାନମନ୍ତ୍ରୀ
ବିରୋଧୀଙ୍କ ହୋ ହାଲ୍ଲା ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା କହିଥିଲେ, "ବିରୋଧୀଙ୍କ ବ୍ୟବହାର ଗୃହକ ଗାରିମା ନଷ୍ଟ କରିବା ସହ ଗୃହକାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ବ୍ୟବହାର ସଂସଦୀୟ ପ୍ରକ୍ରିୟା ପାଇଁ ଅନୁକୂଳ ନୁହେଁ । ଏହା ସହ ଦେଶ ଓ ଗୃହ ପାଇଁ ମଧ୍ୟ ସଠିକ ନୁହେଁ ।" ବାଚସ୍ପତିଙ୍କ କଥା କର୍ଣ୍ଣପାତ କରି ନଥିଲେ ବିରୋଧୀ । ହଙ୍ଗାମା ହୋ ହାଲ୍ଲା ଜାରି ରଖିଥିଲେ । ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହ ମୁଲତବୀ ଘୋଷଣା କରିଥିଲେ । ସେହପରି ରାଜ୍ୟ ସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳଥିଲା । ଆଦାନୀ ପ୍ରସଙ୍ଗରେ JCP ଦାବି କରି ବିରୋଧୀ ହଙ୍ଗାମା କରିଥିଲେ । ଫଳରେ ଗୃହ ମୁଲତବୀ ଘୋଷଣା କରିଥିଲେ ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡ ।