ଓଡିଶା

odisha

By

Published : Nov 24, 2022, 10:35 PM IST

ETV Bharat / bharat

Border dispute: ଫଡନାଭିସ କହିଲେ ମହାରାଷ୍ଟ୍ରରେ ମିଶିବ କର୍ଣ୍ଣାଟକରେ ଥିବା ମରାଠୀ ଭାଷୀ ଅଞ୍ଚଳ, ତାତିଲେ ବୋମାଇ

ଜୋର ଧରୁଛି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ (Border dispute between Maharashtra karnataka)। କିଛି ମରାଠୀ ଭାଷାଭାଷୀ ଅଞ୍ଚଳ ମହାରାଷ୍ଟ୍ରରେ ମିଶିବା ନେଇ ଫଡନାଭିସଙ୍କ ମନ୍ତବ୍ୟକୁ ସ୍ବପ୍ନ ବୋଲି କହିଲେ ବୋମାଇ । ଆଇନଗତ ଲଢେଇ କରିବାତୁ ପ୍ରସ୍ତୁତ କର୍ଣ୍ଣାଟକ । 2004 ରେ ସର୍ବୋଚ୍ଚ କୋର୍ଟରେ କେସ କରିଥିଲା ମହାରାଷ୍ଟ୍ର । ଅଧିକ ପଢନ୍ତୁ

Border dispute: ଫଡନାଭିସଙ୍କ ସ୍ବପ୍ନ ପୂରଣ ହେବନି କହିଲେ ବୋମ୍ମାଇ, ଦ୍ବିପାକ୍ଷିକ ଆଲୋଚନା ନେଇ ସିନ୍ଧେଙ୍କ ସଙ୍କେତ
Border dispute: ଫଡନାଭିସଙ୍କ ସ୍ବପ୍ନ ପୂରଣ ହେବନି କହିଲେ ବୋମ୍ମାଇ, ଦ୍ବିପାକ୍ଷିକ ଆଲୋଚନା ନେଇ ସିନ୍ଧେଙ୍କ ସଙ୍କେତ

ହାଇଦ୍ରାବାଦ:କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ମନ୍ତବ୍ୟ ଯୁଦ୍ଧ ଆରମ୍ଭ ହୋଇଛି । ଏହି ସମ୍ପର୍କରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦେଇଥିବା ମନ୍ତବ୍ୟକୁ ସ୍ବପ୍ନ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ (Border dispute between Maharashtra karnataka) । କର୍ଣ୍ଣାଟକ ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ମରାଠୀ ଭାଷାଭାଷୀ ଅଞ୍ଚଳକୁ ମହାରାଷ୍ଟ୍ରରେ ମିଶ୍ରଣ କରାଯିବା ନେଇ ମନ୍ତବ୍ୟ ରଖିଥିଲେ ଫଡନାଭିସ । ତେବେ ଏହି ସ୍ବପ୍ନ କେବେ ପୂରଣ ହୋଇପାରିବ ନାହିଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି ।

ବୋମାଇ କହିଛନ୍ତି,(karnataka CM Bommai on Devendra Fadnavis statement) କର୍ଣ୍ଣାଟକ ନିଜର ଜମି ରକ୍ଷା ପାଇଁ ବଦ୍ଧ ପରିକର । ଦୁଇ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର କିଛି ସ୍ଥାନ ମହାରାଷ୍ଟ୍ରକୁ ଦେବାର ପ୍ରଶ୍ନ ଉଠୁନାହିଁ । ଏହା ପରିବର୍ତ୍ତେ ମହାରାଷ୍ଟ୍ରର ସୋଲାପୁର ଓ ଅକ୍କାଲୋକୋଟେ ମଧ୍ୟ କର୍ଣ୍ଣାଟକରେ ସାମିଲ ହେବାର ଆବଶ୍ୟକତା ରହିଛି । ସୋଲାପୁର ଓ ଅକ୍କାଲୋକୋଟେ ବିଭିନ୍ନ ସ୍ଥାନରେ କନ୍ନଡ ଭାଷାଭାଷୀ ଲୋକେ ରହିଛନ୍ତି । ଉକ୍ତ ଅଞ୍ଚଳକୁ କର୍ଣ୍ଣାଟଚକରେ ସାମିଲ କାରଯାଉ ବୋଲି ବୋମାଇ ଦାବି ମଧ୍ୟ କରିଛନ୍ତି ।

ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ଦୀର୍ଘ ବର୍ଷ ଧରି ଜାରି ରହିଛି । 2004 ମସିହାରେଏହି ମାମଲାରେ ମହାରାଷ୍ଟ୍ର ସରକାର ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ସେହିପରି ଏହି ମାମଲାରେ କର୍ଣ୍ଣାଟକ ମଧ୍ୟ ନିଜର ଆଇନଗତ ଲଢେଇ ଜାରି ରଖିବାକୁ ମଧ୍ୟ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଧେ କିନ୍ତୁ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଉଭୟ ରାଜ୍ୟ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ପ୍ରସଙ୍ଗର ସମାଧାନ କରିବା ଦିଗରେ ପ୍ରୟାସ କରାଯିବ ବୋଲି ସିନ୍ଧେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details