ଡେରାଡୁନ୍:କେଦାରନାଥ ଯାତ୍ରା ପାଇଁ ଟିକେଟ ବୁକିଂ ଶେଷ ହୋଇଛି । ସୂଚନାନୁସାରେ ୧୨ ଦିନିଆ କେଦାରନାଥ ଧାମ ଯାତ୍ରା ପାଇଁ ରବିବାର ଟିକେଟ ବୁକିଂ ଶେଷ ହୋଇଥିବା ନେଇ କେଦାରନାଥ ଧାମର ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ କେଦାରନାଥ ଧାମ । ପ୍ରତିବର୍ଷ କେଦାରନାଥ, ବଦ୍ରିନାଥ, ଯମୁନୋତ୍ରି ଏବଂ ଗଙ୍ଗୋତ୍ରିକୁ ମିଳିତ ଭାବରେ ଚାରି ଧାମ କୁହାଯାଏ ଓ ଏହି ମନ୍ଦିର ଗୁଡିକ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଥାଏ ।
ଉତ୍ତରାଖଣ୍ଡ ହାଇକୋର୍ଟ ଚାର ଧାମ ଯାତ୍ରାକୁ ପୂର୍ବରୁ ସ୍ଥଗିତ ରଖିଥିବାବେଳେ ଶନିବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ଜଣାପଡିଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦିନ ତୀର୍ଥଯାତ୍ରୀଙ୍କ ସଂଖ୍ୟା କେଦାରନାଥକୁ ୮୦୦, ବଦ୍ରିନାଥ ୧୦୦୦, ଗଙ୍ଗୋତ୍ରି ପାଇଁ ୬୦୦ ଓ ଯମୁନୋତ୍ରି ପାଇଁ ୪୦୦ ରହିବ ।