ଓଡିଶା

odisha

ETV Bharat / bharat

Shraddha Murder Case: ଜଙ୍ଗଲରୁ ମିଳିଲା ୧୩ ଖଣ୍ଡ ହାଡ଼, ଶ୍ରଦ୍ଧା ପିତାଙ୍କ ସହ ମ୍ୟାଚ DNA ନମୁନା

ଶ୍ରଦ୍ଧା ୱାକର ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସକୁ ସଫଳତା (Shraddha Walker Murder Case) । ଜଙ୍ଗଲରୁ ମିଳିଥିବା ୧୩ ଖଣ୍ଡ ହାଡ଼ ସହିତ ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ମ୍ୟାଚ କରୁଥିବା କହିଛି ପୋଲିସ । ଅଧିକ ପଢନ୍ତୁ

Shraddha Murder Case: ଜଙ୍ଗଲରୁ ମିଳିଲା ୧୩ ଖଣ୍ଡ ହାଡ଼, ଶ୍ରଦ୍ଧା ପିତାଙ୍କ ସହ ମ୍ୟାଚ DNA ନମୁନା
Shraddha Murder Case: ଜଙ୍ଗଲରୁ ମିଳିଲା ୧୩ ଖଣ୍ଡ ହାଡ଼, ଶ୍ରଦ୍ଧା ପିତାଙ୍କ ସହ ମ୍ୟାଚ DNA ନମୁନା

By

Published : Dec 15, 2022, 4:18 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ଘଟଣା (Shraddha Walker Murder Case)ରେ ଲଗାତାର ତଦନ୍ତ ଜାରି ରଖିଥିବା ନୂଆଦିଲ୍ଲୀ ପୋଲିସକୁ ମିଳିଛି ସଫଳତା । ମହରୌଲୀ ଜଙ୍ଗଲରୁ ମିଳିଥିବା କିଛି ହାଡ଼ ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ (DNA) ସହିତ ମେଳ ଖାଇଛି । ଏ ନେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସିପି ସାଗର ପ୍ରୀତ ସୂଚନା ଦେଇଛନ୍ତି । ଜଙ୍ଗଲରୁ ପ୍ରାୟ ୧୩ ଖଣ୍ଡ ହାଡ଼ ଉଦ୍ଧାର ହୋଇଥିବା କହିଛି ପୋଲିସ । ଶ୍ରଦ୍ଧାଙ୍କ ପ୍ରେମିକ ହତ୍ୟା କରିବା ପରେ ଯୁବତୀଙ୍କ ଶରୀରକୁ ୩୫ ଖଣ୍ଡ କରିଥିଲା ।

ହତ୍ୟାକାରୀ ଅଫତାବକୁ ଅନେକ ଥର ପୋଲିସ ମହରୌଲୀ ଜଙ୍ଗଲକୁ ନେଇ ତଦନ୍ତ କରୁଥିଲା । ସେଠାରେ ଶ୍ରଦ୍ଧାଙ୍କ ଦେହାବଶେଷର ଖୋଜାଖୋଜି ଜାରି ରହିଥିଲା । ଅନେକ ଦିନ ପରେ କିଛି ହାଡ଼ ପୋଲିସକୁ ମିଳିଛି । ଉକ୍ତ ହାଡ଼ର ଡିଏନଏ ଟେଷ୍ଟ (DNA Sample Test) କରିବା ପରେ ତାହା ଶ୍ରଦ୍ଧାଙ୍କ ବାପାଙ୍କ ହାଡ଼ ସହ ମ୍ୟାଚ କରୁଥିବା ପୋଲିସ କହିଛି । ରୋହିଣୀ ଲାବ୍ରୋଟୋରୀରେ ଏହାର ଫୋରେନସିକ ଯାଞ୍ଚ ହୋଇଥିଲା । ପୋଲିସର କହିବାନୁସାରେ ସିଏଫଏସଏଲ ରିପୋର୍ଟରେ ଏହା ଶ୍ରଦ୍ଧାଙ୍କ ଦେହବାଶେଷ ବୋଲି ଦର୍ଶାଯାଇଛି ।

ଏହା ବି ପଢନ୍ତୁ- Shraddha murder case: ଗଞ୍ଜେଇ ସେବନ କରି ଶ୍ରଦ୍ଧାଙ୍କ ଶରୀରକୁ କାଟିଥିଲା ଅଫତାବ

ପୋଲିସର ପଚରା ଉଚୁରା ସମୟରେ ଅଫତାବ ସ୍ବୀକାର କରିଥିଲା ଯେ ସେ ହିଁ ଶ୍ରଦ୍ଧାଙ୍କୁ ହତ୍ୟା କରିଛି । ଗତ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କ ସହିତ ଅଫତାବର ଝଗଡ଼ା ହୋଇଥିଲା । ଏହାପରେ ସେ ଶ୍ରଦ୍ଧାକୁ ହତ୍ୟା କରିଥିଲା । ଏହାପରେ ସେ ଶ୍ରଦ୍ଧାର ଶରୀରକୁ ୩୫ ଖଣ୍ଡ କରିଥିଲା । ଏହି ଶରୀର ଖଣ୍ଡକୁ ଫ୍ରିଜରେ ରଖିଥିଲା ଅଫତାବ । ବିଳମ୍ବିତ ରାତିରେ ଶ୍ରଦ୍ଧାଙ୍କ ଶରୀର ଖଣ୍ଡକୁ ଜଙ୍ଗଲରେ ନେଇ ଫିଙ୍ଗୁଥିଲା ଅଫତାବ । ମହରୌଲୀ ଜଙ୍ଗଲ ସହିତ ଗୁରଗ୍ରାମରେ ମଧ୍ୟ ଶରୀର ଖଣ୍ଡକୁ ହତ୍ୟାକାରୀ ଫିଙ୍ଗୁଥିଲା ।

ତେବେ ମିଳିଥିବା ହାଡର ଡିଏନଏ ପରୀକ୍ଷା ଲାଗି ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା । ଏବେ ହତ୍ୟାକାରୀ ଅଫତାବ ତିହାର ଜେଲରେ ରହିଛି । ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ସାରା ଦେଶରେ ଚହଳ ପକାଇଥିଲା । ହତ୍ୟାକାରୀଠୁ ଆରମ୍ଭ କରି ଶରୀରର ଦେହବାଶେଷ ଖୋଜିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ମାତ୍ର ଶେଷରେ ହତ୍ୟାକାରୀ ଧରାପଡ଼ିବା ପରେ ସମସ୍ତ ଘଟଣା ସାମନାକୁ ଆସିବା ସହିତ ହତ୍ୟାର ଷଡଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା ।

ABOUT THE AUTHOR

...view details