ମୁମ୍ବାଇ:ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇ ଉପରେ ପୁଣି ଆତଙ୍କଦାବୀ ଆକ୍ରମଣ ଆଶଙ୍କା । 26/11 ଆକ୍ରମଣ ଭଳି ଆଉଥରେ ସହରରେ ଭୟଙ୍କର ଆକ୍ରମଣ କରିବାକୁ ମୁମ୍ବାଇ ପୋଲିସକୁ ମିଳିଛି ଧମକପୂର୍ଣ୍ଣ ମେସେଜ୍ । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍କୁ(Bombay Police Traffic Control Room) ଏହି ମେସେଜ୍ ଆସିଛି ।
ମୁମ୍ବାଇରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ - ମୁମ୍ବାଇ ଉପରେ ଆତଙ୍କୀ ଆକ୍ରମଣ ଧମକ
ମୁମ୍ବାଇରେ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍କୁ ଆସିଛି ଏପରି ଧମକପୂର୍ଣ୍ଣ ମେସେଜ୍ । ଅଧିକ ପଢନ୍ତୁ
![ମୁମ୍ବାଇରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ ମୁମ୍ବାଇରେ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ](https://etvbharatimages.akamaized.net/etvbharat/prod-images/768-512-16149756-thumbnail-3x2-mumbai.jpg)
ମୁମ୍ବାଇରେ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ
ଧମକ ଦେଇଥିବା ଲୋକ ଟ୍ରାଫିକ୍ ପୋଲିସର ହ୍ବାର୍ଟ୍ସଆପ ନମ୍ବରକୁ (WhatsApp number) ମେସେଜ୍ କରିଛି । ତେବେ ଯେଉଁ WhatsApp ନମ୍ବରରୁ ମେସେଜ୍ ଆସିଛି ତାହା ଏକ ପାକିସ୍ତାନୀ ନମ୍ବର ହୋଇଥିବା ଛାନଭିନରୁ ଜଣାପଡିଛି । ଏହି ଘଟଣା ପରେ ମୁମ୍ବାଇ ପୋଲିସ ଅଧିକ ଆଲର୍ଟ ରହିଛି । ଉଲ୍ଲେଖଯୋଗ୍ୟ, ୨୬ ନଭେମ୍ବର ୨୦୦୮ ମସିହାରେ ଥରି ଉଠିଥିଲା ମୁମ୍ବାଇ ।
ପାକିସ୍ତାନର ଜିହାଦୀ ସଂଗଠନ ଲସ୍କର-ଏ-ତୋଇବା ଆତଙ୍କୀ ମୁମ୍ବାଇରେ ସିରିଜ୍ ଆକ୍ରମଣ କରିଥିଲେ । ସହରର ଏକାଧିକ ସ୍ଥାନରେ ସେମାନେ ରକ୍ତର ହୋଲି ଖେଳିଥିଲେ । ହୋଟେଲ ତାଜ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିବର୍ଷାରେ ଥରି ଉଠିଥିଲା ସବୁ ଭାରତୀୟଙ୍କ ଛାତି ।