ମୁମ୍ବାଇ:ଆସନ୍ତା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ହେପାଜତକୁ ଗିରଫ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପଠାଇଲେ ବମ୍ବେ ହାଇକୋର୍ଟ । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ ଅନିଲ । ସେପଟେ ମୁମ୍ବାଇର PMLA କୋର୍ଟ ଶନିବାର ଅନିଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ ।
ଜଷ୍ଟିସ୍ ମାଧବ ଜାମଦାରଙ୍କ ନେତୃତ୍ବାଧୀନ ଏକ ବେଞ୍ଚ ଇଡି ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ନଭେମ୍ବର 6 ରେ ଦେଶମୁଖଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିବା ସ୍ବତନ୍ତ୍ର ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ତେବେ ଏହି ନିଷ୍ପତ୍ତି ପ୍ରାକୃତିକ ନ୍ୟାୟର ନୀତି ବିରୁଦ୍ଧ ବୋଲି ଶୁଣାଣିରେ କୁହାଯାଇଥିଲା । ଦେଶମୁଖଙ୍କ କାଉନସେଲ ବିକ୍ରମ ଚୌଧୁରୀ ଓ ଆଡଭୋକେଟ ଅନିକେତ ନିକାମ କୋର୍ଟକୁ କହିଥିଲେ ଯେ ସେମାନେ ଯୋଗ୍ୟତା ଆଧାରରେ ଏହି ଆବେଦନକୁ ବିରୋଧ କରୁଛନ୍ତି । ଏହି NCP ନେତାଙ୍କୁ ଇଡ଼ି ପଚରାଉଚୁରା କରୁ ବୋଲି ସେ କହିଥିଲେ । ଏହାପରେ କୋର୍ଟ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଅନିଲଙ୍କୁ ଇଡି ହେପାଜତକୁ ପଠାଇଛନ୍ତି ।