ମୁମ୍ବାଇ: ବମ୍ବେ ହାଇକୋର୍ଟରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ମାମଲାର ଶୁଣାଣି। ଏହାସହ ପରମବୀରଙ୍କୁ ନେଇ ଜଡିତ ଅନ୍ୟ ଆବେଦନ ଉପରେ ମଧ୍ୟ ବମ୍ବେ ହାଇକୋର୍ଟ ଆଜି ରାୟ ପ୍ରଦାନ କରିବେ। ମାର୍ଚ୍ଚ 17 ରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପକୁ ପ୍ରକାଶ କରିଥିଲେ ପରମବୀର ସିଂ। ଏହାପରେ ମାର୍ଚ୍ଚ 17 ରେ ତାଙ୍କୁ ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଭାବରେ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରି ପରମବିର ସିଂ ସିବିଆଇ ତଦନ୍ତ ଦାବି କରିଥିଲେ।
ବମ୍ବେ ହାଇକୋର୍ଟରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ମାମଲାର ଶୁଣାଣି - Bombay HC
ଆଜି ବମ୍ବେ ହାଇକୋର୍ଟରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ମାମଲାର ଶୁଣାଣି । ପରମବୀର ନିଜର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଥିଲେ। ଅଧିକ ପଢନ୍ତୁ...
![ବମ୍ବେ ହାଇକୋର୍ଟରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ମାମଲାର ଶୁଣାଣି](https://etvbharatimages.akamaized.net/etvbharat/prod-images/768-512-11281872-202-11281872-1617594581986.jpg)
ତେବେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ମହାରାଷ୍ଟ୍ରପର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରି ଏକ ପତ୍ର ଲେଖିଥିଲେ। ତାଙ୍କ କହିବା ଅନୁସାରେ ବାର୍, ହୁକା ପାର୍ଲରରୁ ମାସକୁ 100 କୋଟି ଟଙ୍କା ବଟି ଆଦାୟ ପାଇଁ ଅନୀଲ ଦେଶମୁଖ ସଚିନ ୱାଜେଙ୍କୁ ଟାର୍ଗେଟ ଦେଇଥିଲେ। ମୁମ୍ବାଇରେ ପ୍ରାୟ 1750 ବାର, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଅଛି ଏବଂ ଯଦି ପ୍ରତ୍ୟେକରେ 2-3 ଲକ୍ଷ ଟଙ୍କା ଥାଏ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରୁ ସଂଗୃହିତ, ମାସିକ 40-50 କୋଟି ଟଙ୍କା ସଂଗ୍ରହ ହାସଲ ହୋଇଥାଏ ବୋଲି ଚିଠିରେ ଦର୍ଶାଇଥିଲେ।
ତେବେ ଏହି “ମାମଲା କୋର୍ଟକୁ ଆଣିବା ପୂର୍ବରୁ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁର୍ନୀତି ବିରୋଧରେ ସେ କାହିଁକି ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ କରିନାହାଁନ୍ତି ବୋଲି ଶୁଣାଣି ସମୟରେ ପୂର୍ବତନ ପୋଲିସ କମିଶନରଙ୍କୁ ବମ୍ବେ ହାଇକୋର୍ଟ ପଚାରିଥିଲେ। ତେବେ ଆଜି ଏହି ମାମଲାର ଶୁଣାଣି କରିବେ ବମ୍ବେ ହାଇକୋର୍ଟ।