ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଚୌକିଦାର ଚୋର ହୈ (Chowkidar Chor Hain defamation case) ମନ୍ତବ୍ୟ ଦେଇ ଅଡୁଆରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି । ରାହୁଲଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ଆଶ୍ବସ୍ତି ଅବଧିକୁ ବୃଦ୍ଧି କରିଛନ୍ତି ବମ୍ବେ ହାଇକୋର୍ଟ (Rahul Gandhi get interim relief)। ଆସନ୍ତାବର୍ଷ (2023) ଜାନୁଆରୀ 25 ପର୍ଯ୍ୟନ୍ତ ରାହୁଲଙ୍କ ଅନ୍ତରୀଣ ଆଶ୍ବସ୍ତି ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ ।
ଆଜି ବମ୍ବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜଷ୍ଟିସ ଅମିତ ବୋରକରଙ୍କ ନେତୃତ୍ବାଧୀନ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଏହି ଅବଧିକୁ ବୃଦ୍ଧି କରିଛନ୍ତି । ଏହା ସହ ମାମଲାର ଶୁଣାଣି ଜାନୁଆରୀ 20 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଖଣ୍ଡପୀଠ । ଏହି ପ୍ରସଙ୍ଗରେ ମାମଲା ଦାଏର ହେବା ପରେ ସ୍ଥାନୀୟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା । ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟରେ ଦ୍ବାରସ୍ଥ ହୋଇ ସମନକୁ ଚ୍ୟାଲେଞ୍ଜ କରିଥିଲେ ।