ମୁମ୍ବାଇ: ମହାମାରୀ ସଂକ୍ରମଣ ବୃଦ୍ଧି ମଧ୍ୟରେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରରେ ଏତେ ଲୋକଙ୍କୁ ଟୀକାକରଣ ବଡ ଚ୍ୟାଲେଞ୍ଜ । କେବଳ ସେତିକି ନୁହେଁ, ବ୍ୟାପକ ଟୀକାକରଣ କେନ୍ଦ୍ରର ସୁବିଧା ନଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଏନେଇ ଘରଘର ବୁଲି ଟିକା ଦେବାକୁ କହିଛନ୍ତି ବମ୍ବେ ହାଇକୋର୍ଟ ।
ବୁଧବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର କିଛି ମାସ ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଘରକୁ ଯାଇ ଟୀକାକରଣ ଆରମ୍ଭ କରିଥାନ୍ତେ, ତେବେ ଜଣାଶୁଣା ବ୍ୟକ୍ତିଙ୍କ ସମେତ ଅନେକ ଜୀବନ ରକ୍ଷା ପାଇଥାନ୍ତା ।